ହରେକୃଷପୁର ରେ ଜିଲ୍ଲା ସ୍ତରୀୟ ସର୍ଗି ଫୁଲ କାର୍ଯ୍ୟକ୍ରମ


ବୌଦ୍ଧ (ଚିତ୍ତରଞ୍ଜନ ସିଂ) ଶିଶୁମାନଙ୍କ ସୃଜନଶୀଳତା ଓ ପ୍ରତିଭାକୁ ପ୍ରକାଶ ନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ସ୍ଥିତ ଗୋପବନ୍ଧୁ ସରକାରୀ ହାଇସ୍କୁଲ,ରେ ବୌଦ୍ଧ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଉନୟନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ଛାତ୍ରଛାତ୍ରୀ ଅନେକ ବିଭାଗରେ ନିଜନିଜ ପ୍ରତିଭା ଦେଖାଇଥିଲେ! କାର୍ଯ୍ୟକ୍ରମ କୁ ପୂର୍ବାହ୍ନ ରେ ଉଦ୍ଘାଟନ କରିଥିଲେ ବୌଦ୍ଧ ଜିଲ୍ଲା ଏଡିଏମ ଅନିରୁଦ୍ଧ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ସିଡିଓ ପ୍ରଭାସ ଦଣ୍ଡ ସେନା, ବିଡ଼ିଓ ବିଜୟ ପ୍ରଧାନ, ଏଡିଈଓ ଚୂଡ଼ାମଣି ବାରିକ, DWO ସୂର୍ଯ୍ୟ ନାରାୟଣ ବେହେରାଙ୍କ ସହ ଅନନ୍ୟ ଅତିଥି ଗଣ ଉପସ୍ଥିତ ଥିଲେ! ସେହିପରି ସନ୍ଧ୍ୟା କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଡି ଇ ଓ ଟ୍ୱେମିନାଲ ଦୁବେ,କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ! ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଟ୍ୱେମିନାଲ ଦୁବେ ଅତିଥି ଭାବେ ଉପସ୍ଥିତ ଥିଲେ,! କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, କବିତା ପାଠ, ଗୀତ, ନୃତ୍ୟ, ନାଟକ, ଭାଷଣ, ଶିଶୁ ବିଜ୍ଞାନ ପ୍ରଦର୍ଶନ ଓ ଲୋକକଳା ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସର୍ଗିଫୁଲ ହେଉଛି ଏକ ଏମିତି ମଞ୍ଚ, ଯେଉଁଠି ଶିଶୁ ମାନେ ପାଠ ପୁସ୍ତକ ଠାରୁ ବାହାରି ଆସି ନିଜର ଅନ୍ତର୍ନିହିତ ଦକ୍ଷତା କୁ ପ୍ରକାଶ କରିପାରନ୍ତି. ବୋଲି ଅତିଥି ମାନେ ମତ ରଖିଥିଲେ! ଜିଲ୍ଲା ସ୍ତରର ଜିତୁଥିବା ଛାତ୍ରଛାତ୍ରୀମାନେ ଏବେ ରାଜ୍ୟ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ରେ ପ୍ରତିନିଧିତ୍ୱ କରିବେ। କାର୍ଯ୍ୟକ୍ରମ କୁ ଗୋପବନ୍ଧୁ ହାଇସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିବା ବେଳେ ଜିଲ୍ଲା ର ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଅଭିଭାବକ ଅଭିଵାବିକା ମାନେ ଯୋଗ ଦେଇଥିଲେ!




