ମୁକ୍ତିଲାଭ ହେଲା ନୂଆଁ ସମ୍ବଲପୁରୀ ଗୀତ “ସ୍ବୀଟ ଭାଞ୍ଜି”


କଳାହାଣ୍ଡି: ସମ୍ବଲପୁରୀ ସଙ୍ଗୀତ ଜଗତରେ ପ୍ରଥମ ଥର ପାଇଁ ଭାଣିଞ୍ଜି ମାନଙ୍କ ପାଇଁ ନୂଆଁ ସମ୍ବଲପୁରୀ ଗୀତଟିଏ ତିଆରି ହୋଇଛି।ଏହି ସମ୍ବଲପୁରୀ ଗୀତରେ ବଲାଙ୍ଗୀର ଜିଲ୍ଲା ସିକୁଆଁ ଗ୍ରାମର ବି.କାର୍ତ୍ତିକ କଣ୍ଠଦାନ କରିଥିବାବେଳେ ଗୀତକୁ ଲେଖିଛନ୍ତି କଳାହାଣ୍ଡି ଜିଲ୍ଲା ପାଣିମୁଣ୍ଡା ଗ୍ରାମରର ବି.ଥୟରାମ୍ ଠେଲା।ଏହା ନୂଆଁ ଟ୍ଵିଷ୍ଟ୍ ସମ୍ବଲପୁରୀ ଗୀତ ଓ ଏଥିରେ ମ୍ୟୁଜିକ୍ ନିର୍ଦ୍ଦେଶନା ଦେଇଛନ୍ତି ହମିତ୍ ସାଗର ଓ ବି.କାର୍ତ୍ତିକ।ଏହି ଗୀତ କୁ ପ୍ରଯୋଜନା କରିଛନ୍ତି ଟି.ବିଜୟ ଠେଲା ଓ ସୀମା ଠେଲାଏହି ଗୀତ ତୃପ୍ତିମୟୀ ମ୍ୟୁଜିକ୍ ୟୁଟୁବ୍ ଚେନାଲରେ ଶୁଭମୁକ୍ତି ପାଇଛି। ବର୍ତମାନ ଏହି ଗୀତ ବେଶ୍ ଭାଇରାଲ ହେବାରେ ଲାଗିଛି ଓ ଓଡ଼ିଶାର କୋଣ ଅନୁକୋଣରେ ଶୁଣିବାକୁ ମିଳୁଥିବାବେଳେ ସମ୍ବଲପୁରୀ ଜଗତରେ ପ୍ରଥମ ଥର ପାଇଁ ମାମୁଁ ନିଜ ଭାଣିଞ୍ଜିକୁ କେତେ ଭଲ ପାଇ ଥାଆନ୍ତି ତାହାକୁ ନେଇଁ ବର୍ଣ୍ଣନା କରି ବି.ଥୟରାମ ଠେଲା ଅତି ସୁନ୍ଦର ଭାବେ ଲେଖି ଗୀତରେ ପରିଣତ କରିଥିବାବେଲେ ଏହି ଗୀତ ସଂଗୀତ ପ୍ରେମୀ ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖିବାକୁ ମିଳୁଛି । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




