କେନ୍ଦ୍ରାପଡ଼ା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ


*କେନ୍ଦ୍ରାପଡା,*
ଆଙ୍କର–//କେନ୍ଦ୍ରାପଡ଼ା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ଏହି ମେଳାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଏହି ମେଳା ରାଜ୍ୟ ସରକାରଙ୍କ ଏକ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଲୋକମାନେ ଆତ୍ମନିର୍ଭରସିଳ ହୋଇପାରିବେ।ମାଛ ଚାଷ ଉତ୍ପାଦନରେ ଭାରତ ବର୍ଷରେ ଓଡ଼ିଆ ଚତୁର୍ଥ ସ୍ଥାନରେ ରହିଛି।ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ଚାଷୀମାନେ ନିଜକୁ ସାମିଲ କରି ଅଧିକ ଲାଭବାନ ହେବା ସହ ରାଜ୍ୟର ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ କେନ୍ଦ୍ରାପଡ଼ା ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ,କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଅମିତାଭ ସୁଆର,ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ,ଡେପୁଟି ଡାଇରେକ୍ଟର ମନୀଷ କୁମାର ସିଂ,ସବ-ଡିଭିଜିନାଲ ଭେଟନାରୀ ଅଫିସର କେନ୍ଦ୍ରାପଡ଼ା,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ବିକାଶ ବେହେରା ପ୍ରମୁଖ ଯୋଗଦେଇଥି ଏହି ମେଳାର ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସଫଳ ଚାଷୀ ହୋଇ ଉତ୍ପାଦନ ବଢ଼ାଇ ଚାହିଦା ପୂରଣକରନ୍ତୁ ବୋଲି କହିଥିଲେ।ମେଳାରେ ସଫଳ ଚାଷୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ ପକ୍ଷରୁ ଦଶଟିରୁ ଉର୍ଦ୍ଧ ଷ୍ଟଲ ପଦର୍ଶିତ କରାଯାଇଥିଲା।କେନ୍ଦ୍ରାପଡ଼ା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ମୋନାଲିଶା ପଣ୍ଡା ଏହି ମେଳାକୁ ସଂଯୋଜନା କରିଥିଲେ।
*କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )*




