ଉପନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତାକୁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ,NIC ସୁଦୃଢ଼ କରୁଛି – ଜିଲ୍ଲାପାଳ

l
ନୂଆପଡା, ତା ୧୨/୧୧
ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର NIC ,ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର ଏହାର ଦୃଢ଼ ପ୍ରଯୁକ୍ତି ବିଦ୍ୟା ସହାୟତାରେ ନିର୍ବାଚନ ମତଦାନ ଓ ଗଣନା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟ ଗଣନା କର୍ମଚାରୀଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ୧୩ ନଭେମ୍ବରରେ ଗଣନା ଦିନର ୨୪ ଘଣ୍ଟା ପୂର୍ବରୁ ଅନୁଷ୍ଠିତ ହେବ l ଶେଷରେ ତୃତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ଗଣତି ଦିନ ସକାଳେ ଟେବୁଲ ଆବଣ୍ଟନର ମାତ୍ର ତିନି ଘଣ୍ଟା ପୂର୍ବରୁ ଅନୁଷ୍ଠିତ ହେବ। ଏହାଦ୍ବାରା କେଉଁ କେଉଁ କାଉଁଣ୍ଟିଙ୍ଗ ଅଫିସର୍ କେଉଁ ଟେବୁଲ୍ ରେ ପଡ଼ିବେ , ତାହା ଆଗରୁ କେହି କହି ପାରିବେ ନାହିଁ l ରେଣ୍ଡମ୍ ଭାବରେ ଏହା ଏନ୍ ଆଇ ସି ସଫ୍ଟୱେର ରେ କମ୍ପ୍ୟୁଟର ସ୍ଥିର କରିବ l ଏହାଦ୍ବାରା ପକ୍ଷପାତ ଭଳି ଆଶଙ୍କାକୁ ସମ୍ପୁର୍ଣ୍ଣ ଦୂରେଇ ଦିଆଯିବ l ସାଧାରଣ ପର୍ଯ୍ୟବେକ୍ଷକ, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ଏବଂ ରିଟର୍ଣ୍ଣିଂ ଅଫିସର (RO)ଙ୍କ ଉପସ୍ଥିତିରେ କରାଯାଇଥିବା ଏହି ପ୍ରକ୍ରିୟାଗୁଡ଼ିକ ପ୍ରତ୍ୟେକ ପର୍ଯ୍ୟାୟରେ ଦାୟିତ୍ୱ ଏବଂ ନିରପେକ୍ଷତାକୁ ନିଶ୍ଚିତ ଭାବରେ ବଜାୟ ରଖେ।ଜିଲ୍ଲା ଅଧିକାରୀ DIO ବିନୟ ତିୱାରୀଙ୍କ ନେତୃତ୍ୱରେ, NIC ଦଳ IT-ସକ୍ଷମ ନିର୍ବାଚନ ପ୍ରଣାଳୀକୁ ଦକ୍ଷତାର ସହିତ ପରିଚାଳନା କରୁଛି l ସୁଗମ, ସଠିକ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ କାର୍ଯ୍ୟ ପ୍ରଣାଳୀରେ ମଣିଷକୃତ ହସ୍ତକ୍ଷେପ ନ ଥିବାରୁ ନିରପେକ୍ଷତା ସୁନିଶ୍ଚିତ କରିଛି। ସମଗ୍ର ନିର୍ବାଚନ ପ୍ରକ୍ରିୟା ,ସେ ମତଦାନ ବୁଥ ପାଇଁ ଅଧିକାରୀ ଚୟନ ହେଉ କି ଭୋଟ ଗଣତି ପାଇଁ ହେଉ ,ଏହାଦ୍ବାରା ସ୍ୱଚ୍ଛତା, ଦକ୍ଷତା ଏବଂ ନିରପେକ୍ଷତା ବଜାୟ ରଖା ଯାଇ ପାରୁଛି l ନିର୍ବାଚନ ସମୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, NIC ର ଉଦ୍ୟମକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି l




