ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଗହଣରେ ପାଳିତ ହେଲା,ସାରସ୍ୱତ ସାଧକ ହିମାଂଶୁ ଆଚାର୍ଯ୍ୟ ଙ୍କ ଜନ୍ମଦିନ !!


ତିର୍ତ୍ତୋଲ ::-ଏମିତି ବି ପାଳିତ ହୁଏ ଜନ୍ମ ଦିନ ? ଯୋଉଠି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଆଉ ଅଧ୍ୟୟନରତ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତ, ସେଇ ଶିକ୍ଷାଳୟ ପରିବେଶରେ ଜନ୍ମଦିନ ମନେଇ ସମାଜ ଆଉ ଛାତ୍ରଛାତ୍ରୀ ଙ୍କୁ କି ପ୍ରକାର ବାର୍ତ୍ତା ଦେବାକୁ ଚାଁହୁଥିଲେ ଜନ୍ମଦିନ ପାଳନକାରୀ ?ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ , ମୁଳିସିଂହ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ପରିସରରେ ! ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି, ବିଶିଷ୍ଟ ସ୍ତମ୍ଭକାର, ବାଗ୍ମୀ, ତଥା ସେବା ନିବୃତ ଅଧ୍ୟାପକ ଶ୍ରୀଯୁକ୍ତ ହିମାଂଶୁ ଆଚାର୍ଯ୍ୟ ନିଜର ୬୬ ତମ ଜନ୍ମଦିନକୁ ନିଆରା ଢଙ୍ଗ ରେ ପାଳନ କରିଥିବାର ଦେଖିବାକୁ ମିଳିଥିଲା l ଜନ୍ମଦିନ ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟ ର ଅଧ୍ୟକ୍ଷା ଜ୍ୟୋତୀର୍ମୟୀ ମହାରଣା ସଭାପତିତ୍ବ କରିଥବା ବେଳେ, ମୁଖ୍ୟଅତିଥି ଭାବେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ମୁଖ୍ୟବକ୍ତା ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଓ ସମ୍ମାନିତ ଅତିଥିଭାବେ ଶିକ୍ଷୟତ୍ରୀ ମୋନାଲିସା ଭଟ୍ଟ, ସୁଦେଷ୍ଣl ଦାସ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ଯୋଗଦେଇ, ତାଙ୍କର ସାହିତ୍ୟ ସାଧନା,ସୃଜନଶିଳତା,ଓ ଆଦର୍ଶ ଜୀବନଚର୍ଜା ଉପରେ ନିଜନିଜର ମତ ଉପସ୍ଥାପନ କରିଥିଲେ !ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଏହି ଭିନ୍ନଧରଣର ଜନ୍ମଦିବସ ପାଳନ କୁ ସମସ୍ତେ ସ୍ୱାଗତ କରିବା ସହିତ ଉଚ୍ଚପ୍ରଶଂସା କରିଥିଲେ ! ଏହି ଅବସରରେ ୧୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ମହାପୁରୁଷ ମାନଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇ ମହାପୁରୁଷ ମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉତ୍ସାହିତ କରା ଯାଇଥିଲା !ତତ ସହିତ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇ ଏକ ନିଆରା ବାର୍ତ୍ତା ପ୍ରଦାନ କରିଥିଲେ !ବିଶେଷ କଥା ହେଉଛି ଶ୍ରୀଯୁକ୍ତ ଆଚାର୍ଯ୍ୟ ରାଜ୍ୟର ପ୍ରତ୍ୟେକ ମହାପୁରୁଷ ମାନଙ୍କୁ ସମ୍ମାନ ଦେକାକୁ ଯାଇ ସେମାନଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧଉତ୍ସବ ପାଳନ କରାଇଥାନ୍ତି !ଛାତ୍ରଛାତ୍ରୀ ମାନଙ୍କୁ ମହାପୁରୁଷ ମାନଙ୍କ ଜୀବନୀ ପୁସ୍ତକ ବାଣ୍ଟିବା ର ପ୍ରତିକ୍ରିୟା ରେ ଶ୍ରୀ ଆଚାର୍ଯ୍ୟ କହିଲେ ଯେ, ଏହି ମହାପୁରୁଷ ମାନଙ୍କ ଜୀବନୀ ପାଠ କରି ବିଦ୍ୟାର୍ଥୀମାନେ ତାଙ୍କର ନୀତି ଆଦର୍ଶ ଓ ଜୀବନଶୈଳୀ ରେ ଅନୁପ୍ରାଣିତ ହୋଇ, ବଡ଼ମଣିଷ ଓ ଭଲମଣିଷ ହେବା ନିମନ୍ତେ ପ୍ରେରଣା ପାଇ ପାରିବେ !ଏତିକି ମାତ୍ର ତାଙ୍କର ପ୍ରୟାସ ବୋଲି ଶ୍ରୀଯୁକ୍ତ ଆଚାର୍ଯ୍ୟ ଭାବ ଗଦଗଦ ହୋଇ କହିଥିଲେ !ଏହିପରି ଜନ୍ମଦିନ ପାଳନକୁ ବହୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି !!
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ସମାଚାର !!




