Entertainment

ଗଜଲକ୍ଷ୍ମୀ ପୂଜା ପାଇଁ ଜୋର ସୋର ପ୍ରସ୍ତୁତି ଢେଙ୍କାନାଳ ସହର ବିଭିନ୍ନ ପୂଜା ମଣ୍ଡପ 

 

 -ଚଳିତ ମାସ 28 ତାରିଖ କୁମାରପୂର୍ଣ୍ଣିମା ଠାରୁ 11 ଦିନ ବ୍ୟାପି ହେବାକୁଗଜଲକ୍ଷ୍ମୀ ପୂଜା ପାଇଁ ଜୋର ସୋର ପ୍ରସ୍ତୁତି ଢେଙ୍କାନାଳ ସହର ବିଭିନ୍ନ ପୂଜା ମଣ୍ଡପ  ଥିବା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା l ଚଳିତ ବର୍ଷ ଢେଙ୍କାନାଳ ସହରରେ 38 ଟି ପୂଜା ମଣ୍ଡପରେ ପୂଜାପାଇବେ ଧନଦାତ୍ରୀ ମାଲଷ୍ମୀ l ସମସ୍ତ ପୂଜା ପ୍ରତିଷ୍ଠାନ ତରଫରୁ ନିଜର ମୂର୍ତ୍ତି ସାଙ୍ଗକୁ ତୋରଣ କରିବାରେ ବ୍ୟସ୍ତ କାରିଗର l ଚଳିତ ବର୍ଷ କିଛି ପୂଜା ପ୍ରତିଷ୍ଠାନ ର କର୍ମକର୍ତା ମାନେ ନିଜର ପୂଜା ମଣ୍ଡପରେ କିଛି ନୂତନତ୍ୱ କରିବାକୁ ପ୍ରୟାସ କରୁଛନ୍ତିl ଚଳିତ ବର୍ଷ ଗଣେଶ ବଜାର ପୂଜା ପ୍ରତିଷ୍ଠାନ 75 ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ଚଳିତ ବର୍ଷ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ଭକ୍ତ ମାନଙ୍କ ପାଇଁ କିଛି ନୂତନତ୍ୟ କରିବାକୁ ଚେଷ୍ଟା ଜାରିରଖିଛି l ଲଷ୍ମୀ ପୂଜାକୁ ଅଧିକ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ହେବା ପାଇଁ ମିଳିତ ବଜାର ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଘନ ଘନ ବୈଠକ ବସୁଛି l 

ଏହି ପୂଜା ନଭେମ୍ବର ୮ତାରିଖରେ ଭସାଣୀ କାର୍ଯ୍ୟକ୍ରମ ହେବ l ଗଜଲକ୍ଷ୍ମୀ ପୂଜା ପାଇଁ ରାସ୍ତାଘାଟ ମରାମତି ପାନୀୟ ଜଳ ଯୋଗାଣ ବିଦ୍ୟୁତ ସରବରାହ ମରାମତି ଠାରୁ ନେଇ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ନିଶା ଦ୍ରବ୍ୟ ଉପରେ କିଭଳି ରୋକ ଦିଆଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁବ୍ୟବସ୍ଥା କରାଯାଇଛି ।

 

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିଉଜ 

 

Related Articles

Back to top button