Orisha

ଭାଉ ଭଉଣୀ ସଂପର୍କର ଓଷା ଭାଇ ଜୁଇଁନ୍ତିଆ’, ଘଣ୍ଟାପଡ଼ାରେ ଧୂମ ଧାମରେ ପାଳିତ ।

ଭାଉ ଭଉଣୀ ସଂପର୍କର ଓଷା ଭାଇ ଜୁଇଁନ୍ତିଆ’, ଘଣ୍ଟାପଡ଼ାରେ ଧୂମ ଧାମରେ ପାଳିତ ।

କଣ୍ଟାମାଳ, ତା.୨୨/୧୦ (ପ୍ରଭାତ କୁମାର ସାହୁ)ପ୍ରତିବର୍ଷ ଭାଦ୍ରବ ମାସରେ ମାଁ ଧରାପୃଷ୍ଠରେ ବିରାଜ ମାନ କରିଥାନ୍ତି। ତେଣୁ ଏ ମାସକୁ ପାର୍ବଣର ଋତୁ ବୋଲି କୁହାଯାଏ।ଏହି ଦୈବୀ ମାସରେ ପ୍ରାୟତଃ ସମସ୍ତ ଦେବୀ ଧରାଯୁଷ୍ଠରେ ଓହ୍ଲାଇ ଧରଣୀ ମାତାର ଧୌତ ରୂପକୁ ଉପଭୋଗ କରି ଭକ୍ତଙ୍କୁ ଦର୍ଶନ ଦେଇ ସୁଖ ଦୁଃଖରେ ସାମିଲ ହୋଇଥାନ୍ତି ଓ ଭକ୍ତଙ୍କ ଗୁହାରୀ ଶୁଣିଥାନ୍ତି। ପାର୍ବଣ ଋତୁରେ ସର୍ବମଙ୍ଗଳ ଓ ପରିବାର ମଙ୍ଗଳ କାମନା ସକାଶେ ମାଆମାନେ ନିଜ ପୁଅ ପାଇଁ, ଭଉଣୀ ଭାଇ ପାଇଁ, ସ୍ତ୍ରୀ ସ୍ଵାମୀଙ୍କ ପାଇଁ ସର୍ବରୂପିଣି ମାଁଙ୍କୁ ନିଜର ଦୁଃଖକୁ କାଷ୍ଠାର ସହିତ ପୂଜା କରିଥାନ୍ତି। ଏପରି ପୂଜା ମଧ୍ୟରେ ପଶ୍ଚିମ ଓଡିଶାର ଏକ ବଡ଼ ପର୍ବ ଭାଇ ଜୁଇଁନ୍ତିଆ । ଏହି ପର୍ବରେ ଭଉଣୀ ଭାଇମାନଙ୍କ ସର୍ବମଙ୍ଗଳ ପାଇଁ ମାଁ ବନଦୁର୍ଗାଙ୍କୁ ନିଷ୍ଠା ଓ କାଷ୍ଠାର ସହିତ ପାଳନ କରିଥାନ୍ତି। ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ପ୍ରତ୍ୟେକ ଗାଁ ସହରରେ ଚଳଚଞ୍ଚଳ । ତତ୍ମଧ୍ୟରୁ ଘଣ୍ଟାପଡ଼ା ଗ୍ରାମରେ ମାଁ ସମଲେଶ୍ଵରୀଙ୍କ ଯାତ୍ରାକୁ ଲକ୍ଷ୍ୟକରି ଏହି ଓଷା ଶନିବାର ଦିନ ଭଉଣୀମାନେ ନିଜ ଭାଇମାନଙ୍କ ମଙ୍ଗଳ କାମନା ପାଇଁ ଭାଇ ଜୁଇଁନ୍ତିଆ ଓଷା ଗୋଷ୍ଠୀ ମାଧ୍ୟମରେ ପାଳନ ହୋଇଯାଇଛି। ରବିବାର ଦିନ ମାଁଙ୍କଠାରେ ଲାଗି ହୋଇଥିବା ଜୁଇଁନ୍ତିଆ ବା ରକ୍ଷା କବଚକୁ ଭାଇମାନଙ୍କୁ ପିନ୍ଧାଇ ଓଷା ସମାପ୍ତ କରିଥିଲେ।

କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button