Orisha

ବିଦ୍ୟାଧର ପୁର ଦେବୀ ଦାଣ୍ଡରେ ପୂଜା ପାଉଛନ୍ତି ମା ପାର୍ବତୀ।

ବିଦ୍ୟାଧର ପୁର ଦେବୀ ଦାଣ୍ଡରେ ପୂଜା ପାଉ ଛନ୍ତି ମା ପାର୍ବତୀ।

 ବଡ଼ଚଣା,୨୦।୧୦(ନି; ପ୍ର) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ନିକଟ ସ୍ଥ ବିଦ୍ୟାଧର ପୁର ଗ୍ରାମରେ ପୂଜା ପାଉଛନ୍ତି ଶୈଳପୁତ୍ରୀ ମା ପାର୍ବତୀ । ଏହି ଠାରେ ମା କନକ ଦୂର୍ଗା ପାର୍ବତୀ ନାମରେ ଶହ ଶହ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ମା ଙ୍କ ପୂଜା ଅର୍ଚ୍ଚନା ସପ୍ତମୀ ଠାରୁ ଯଥା ରୀତି ନୀତି ରେ ଶୁଭାରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ଗ୍ରାମବାସୀ ଙ୍କ ପକ୍ଷରୁ ପୂଜା ପାଇଥାନ୍ତି। ମା ମହିମା ହେଉଛି ପ୍ରତ୍ୟେକ୍ଷ । ମା ଆପୂଜା ପାଉ ଥିବା ରୁ ଗାଁ ଦାଣ୍ଡ ଦାଣ୍ଡର ନାମ ଦେବୀ ଦାଣ୍ଡ ନାମରେ ନାମିତ ହୋ ଇ ଅଛି। ଏହି ଦେବୀ ଦାଣ୍ଡରେ ମା ଆ ଙ୍କ ପାର୍ବଣ ଅବସରରେ ଗ୍ରାମବାସୀ ପକ୍ଷରୁ ବହୁ ନିଷ୍ଠାର ସହିତ ୫ ଦିନବ୍ୟାପୀ ଆମିଷ ବାରଣ କରି ଥାନ୍ତି। ମା ଙ୍କ ପାଞ୍ଚ ଦିନ ବ୍ୟାପି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥାଏ। ଏହି ଅବସରରେ ଗ୍ରାମ ବାସୀଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥାଏ। ଚଳିତ ବର୍ଷର ବିଦ୍ୟାଧର ପୁର ମହାବୀର ଯୁବ କଳା ପରିଷଦ ପକ୍ଷରୁ ଦୁଇ ଦିନ ଧରି ଗୁରୁବାର,ଶୁକ୍ରବାର ସାମାଜିକ ନାଟକ ମଞ୍ଚସ୍ଥ କରାଯିବ , ପ୍ରଥମ ରାତ୍ର ନାଟକ “କାହିଁକି କାନ୍ଦୁଛୁ ମୁହଁ ଲୁଚାଇ”, ଓ ଦ୍ଵିତୀୟ ରାତ୍ରୀ “ଚାଲିବା ଆଗରୁ ବାଟ ସରିଲା” ମଞ୍ଚସ୍ଥ କରାଯିବ ।ନିର୍ଦ୍ଦେଶକ ଭାର ପ୍ରଫୁଲ୍ଲ ମହାରଣା ନେଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ଭାର ମାଷ୍ଟର ମିଟୁ ନେଇଥିବା ଗ୍ରାମବାସୀ ଙ୍କ ପକ୍ଷରୁ ସୂଚନା ମିଳିଛି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button