ଅସିଦ୍ଧ ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ,ସରପଞ୍ଚଙ୍କ ଦାଇତ୍ୱ ନେଲେ ନାଏବ ସରପଞ୍ଚ।

ଅସିଦ୍ଧ ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ,ସରପଞ୍ଚଙ୍କ ଦାଇତ୍ୱ ନେଲେ ନାଏବ ସରପଞ୍ଚ।

କୁଜଙ୍ଗ :- ମାତ୍ର ଖଣ୍ଡିଏ ଭୋଟ ର ବ୍ୟବଧାନ କାହାକୁ ରାଜା କରୁଛି ତ କିଏ ଫକୀର ପାଲଟୁଛି ! ଏଠି ପରିସ୍ଥିତି ନିଆରା !ବିଗତ 2022 ରୁ ସରିଲାଣି ପଞ୍ଚାୟତ ନିର୍ବାଚନ ! ନିର୍ବାଚିତ ପ୍ରତିନିଧି ମାନେ ପଞ୍ଚାୟତରେ ବିକାଶ ଧରାକୁ ଆଗେଇ ନେଉଥିବା ବେଳେ ବିବାଦୀୟ ପଞ୍ଚାୟତ ଭାବେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ ହଂସୁରା ପଞ୍ଚାୟତରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି !ନିର୍ବାଚନ ସମୟରେ ସରପଞ୍ଚ ପ୍ରାର୍ଥୀ ଭାବେ ଆଲୋକ ମଲ୍ଲିକ 820 ଖଣ୍ଡ ଭୋଟ ପାଇଥିବା ବେଳେ ରବିନାରାୟଣ ଦାସ 821 ଖଣ୍ଡ ଭୋଟ ପାଇ ମାତ୍ର ଖଣ୍ଡେ ଭୋଟ ପାଇଁ ସରପଞ୍ଚ ଘୋଷିତ ହୋଇଥିଲେ ! ବିପକ୍ଷ ଆଲୋକ ମଲ୍ଲିକ ଓ ତାଙ୍କ ସମର୍ଥକ ଏହା ବିରୁଦ୍ଧରେ ତୀବ୍ର ପ୍ରତିବାଦ କରି ପୁନଶ୍ଚ ଭୋଟ ଗଣତି ପାଇଁ ଦାବୀ କରିଥିଲେ ! ତାହା କାର୍ଯ୍ୟକାରୀ ନହେବାରୁ ମାମଲା ପହଁଚିଲା ଅଦାଲତରେ ! ନିର୍ବାଚନ ମିସ କେସ ନମ୍ବର 4/2022 ର ବିଚାରଧୀନ ମାମଲା ର ଫଇସଲା ଶୁଣାଣି 16/10/2023 ରେ ତତ୍କାଳୀନ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ପଞ୍ଚାୟତକୁ ଅବଗତ କରାଇ ଦିଆଗଲା ! ପୁନଃ ନିର୍ବାଚନ ପାଇଁ ନିର୍ଦ୍ଧେଶ ପ୍ରକାଶ କରାଗଲା ! ଯୋଉ ପର୍ଯ୍ୟନ୍ତ ପୁନଃ ନିର୍ବାଚନ ନହୋଇଛି ସେପର୍ଯ୍ୟନ୍ତ ପଞ୍ଚାୟତର ନାଏବ ସରପଞ୍ଚଙ୍କୁ ଆଜିର ତାରିଖରେ ଅର୍ଥାତ 21/10/2023 ରେ ଦାୟିତ୍ୱ ହସ୍ତାନ୍ତର କରାଗଲା !
ଏହି କାର୍ଯ୍ୟକ୍ରମ ସମୟରେ ପଞ୍ଚାୟତର ସମିତି ସଭ୍ୟ ନିରଞ୍ଜନ ଦାସ, ପୂର୍ବତନ ସରପଞ୍ଚ ତାପସ ଚନ୍ଦ୍ର ରାଉତରାୟ, ପୂର୍ବତନ ସମିତିସଭ୍ୟ ସୁଶୀଲ ସ୍ୱାଇଁ, ନାଏବ ସରପଞ୍ଚ ଅନିତା ମହାପାତ୍ର, ଗ୍ରାମ୍ୟ ରୋଜଗାର ସେବିକା ବିଦୁସ୍ମିତା ମହାପାତ୍ର, ୱାର୍ଡସଭ୍ୟା ଝରଣା ବେହେରା, ଗୀତାଞ୍ଜଳି ଦାସ, ଜୟନ୍ତୀ ବେହେରା, ସୁଷମା ମଲ୍ଲିକ, ଆତ୍ମଜ ଦାସ,ଅରେନ୍ଦ୍ର ସାହୁ, ପ୍ରମୁଖ ୱାର୍ଡ ସଭ୍ୟ ସଭ୍ୟା ତଥା ପଞ୍ଚାୟତର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା!



