Politics

ନୂଆଁପାଲିରେ ସଂକୀର୍ତ୍ତନ୍ୟଧାରା ସମାରୋହ ।

ନୂଆଁପାଲିରେ ସଂକୀର୍ତ୍ତନ୍ୟଧାରା ସମାରୋହ ।

 

କଣ୍ଟାମାଳ,୧୯।୧୦(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ଅନ୍ତର୍ଗତ ନୂଆଁପାଲି ବୁଢାଦେଓ ପୀଠରେ ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ପାଞ୍ଚୟତ ସ୍ତରୀୟ ସଂକୀର୍ତ୍ତନଧାରା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମାରୋହରେ ୧୮ ଗୋଟି ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇ ହରିନାମ ମହାମନ୍ତ୍ର ଗାନ କରିଥିଲେ l ଉଦଯାପନୀ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂକୀର୍ତ୍ତନ ହେଉଛି ସନାତନ ସଂସ୍କୃତିର ମୂଳଆଧାର ବୋଲି ମତବ୍ୟକ୍ତ କରିଥିଲେ l କଣ୍ଟାମାଳ ବ୍ଲକ ମିଳିତ ଶିକ୍ଷକ ସଙ୍ଘ ସଭାପତି ନୀଳାଞ୍ଚଳ ଭୋଇ ମୁଖ୍ୟବକ୍ତା ଏବଂ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, କୁଲୁତାଯୋର ସରପଞ୍ଚ ଚୁମକି ଭୋଇ, ପେକ୍ସ ସଭାପତି ହିମାଞ୍ଚଳ ରଣା, ଘଣ୍ଟାପଡା ନଂ ୧ଜୋନର ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ, ସମାଜସେବୀ ଦୟାବନ୍ତ ଧରୁଆ, ଦେଓଗାଁ ପୂର୍ବତନ ଜିଲ୍ଲାପରିଷଦ ଗୁରୁଦେବ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ l

ଅଂଶଗ୍ରହଣ କରିଥିବା ସମସ୍ତ ସଂକୀର୍ତ୍ତନ୍ୟ ମଣ୍ଡଳୀକୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା l ବଡଦେଓ ସଂକ୍ରାନ୍ତି କମିଟି ମୁଖ୍ୟ ମହେନ୍ଦ୍ର ମାଝୀ ସଭାପତିତ୍ବ କରିଥିଲେ l ସମ୍ପାଦକ ଚୈତନ୍ୟ ଧରୁଆ ମଞ୍ଚ ପରିଚାଳନା କରିଥିଲେ l ପୂଜକ ଦୟାନିଧି ମାଝୀ, ସଦସ୍ୟ ହରିଶ୍ଚନ୍ଦ୍ର ଭୋଇ, ଧର୍ମରାଜ ମାଝୀ, ଘନଶ୍ୟାମ ମାଝୀ, ଜଗତରାମ ଧରୁଆ, ଶୁକଲ ମାଝୀ, ଉଦ୍ଧବ ମାଝୀ, ହେମନ୍ତ ମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button