ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ କାର୍ଯକ୍ରମ ,ମାଆମାନେ ଶିଶୁର ବିକାଶର ମୂଖ୍ୟ ନାୟିକା

ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ କାର୍ଯକ୍ରମ ,ମାଆମାନେ ଶିଶୁର ବିକାଶର ମୂଖ୍ୟ ନାୟିକା

କଣ୍ଟାମାଳ , ତା:୧୯/୧୦ ; (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଅଗସ୍ତୀ ମଲିକଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ମିଳିତ ଶିକ୍ଷକ ସଂଘର ସଭାପତି ଦୀପ ପ୍ରଜ୍ବଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟୀ ସଂପାଦକ ରଞ୍ଜିତ ରଣା ଓ ମୂଖ୍ୟ ବକ୍ତାଭାବେ ଶିକ୍ଷକ ବିଜୟ କୁମାର ଖୁଣ୍ଟୁଲି ଯୋଗଦେଇ ଜଣେ ଶିଶୁର ଅନ୍ତର୍ନିହିତ ଗୁଣକୁ ସମୃଦ୍ଧ କରିବାରେ ମାଆର ଭୂମିକା ଅତୁଳନୀୟ ବୋଲି ମାଆମାନଙ୍କୁ ଉଦବୋଧନ ଦେଇଥିଲେ।

ପରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଗୁରୁମା ପ୍ରଭାସିନୀ ଜାଲ ସମସ୍ତ କାର୍ଯ୍ୟର ସଂଯୋଜନା କରିଥିଲେ।ମାଆମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ କ୍ରିୟା କଳାପରେ ଡାଲିରେ ଝୋଟି,ସାଧାରଣ ଝୋଟି ଓ ଘରୋଇ ଖାଦ୍ୟ ପ୍ରସ୍ତୁତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।କୃତି ମାଆ ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଆଚାର୍ଯ୍ୟା ରଶ୍ମିତାରଣା ଧନ୍ୟବାଦ ଅର୍ପଣ କରି ଥିଲେ।ଆଚାର୍ଯ୍ୟା ସୁଷମା, ରୀତା, ସିନି,ସନ୍ତୋଷିନୀ, ଜୟନ୍ତୀ, ଆଚାର୍ଯ୍ୟ ପ୍ରକାଶ, କୈଳାସ, ବିଷିକେଶନ, ଶଙ୍କର୍ଷଣ, ରିଙ୍କୁ ଓ ସେବିକା ଅହଲ୍ୟା, ଗାୟତ୍ରୀ ତଥା ପରିଚାଳନା ସମିତି ର ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁ ସହଯୋଗ କରିଥିଲେ। ତଥା ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ କାର୍ଯ ଭାର କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




