EntertainmentOrisha

ନବୀନ ଓଡ଼ିଶାରେ ନଗ୍ନ ନମୁନା ଏବେ ବି ସବୁ ଯୋଜନାରୁ ବଞ୍ଚିତ ଅସହାୟ ପରିବାର !

ନବୀନ ଓଡ଼ିଶାରେ ନଗ୍ନ ନମୁନା
ଏବେ ବି ସବୁ ଯୋଜନାରୁ ବଞ୍ଚିତ ଅସହାୟ ପରିବାର !

 ଏରସମା :- ଉତ୍ତମ ସ୍ୱଚ୍ଛ ଶାସନ ପାଇଁ ରାଜ୍ୟ ପାଳନ କରୁଛି ମୋ ଓଡିଶା ନବୀନ ଓଡିଶା !ଗରିବ ଅସହାୟ ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ କେନ୍ଦ୍ରସରକାର ଓ ରାଜ୍ୟ ସରକାର ଛତୁ ଫୁଟିଲା ପରି ଯୋଜନା ପ୍ରଣୟନ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ, କିଛି ଲୋକଙ୍କ ପାଇଁ ଏହି ଯୋଜନା ଉପହାସ ପରି ଲାଗୁଛି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧୀନ ଜାନକାଦେଇପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଦୀର୍ଘ ୪ ବର୍ଷ ର ପକ୍ଷାଘାତ ରୋଗରେ ଆକ୍ରାନ୍ତ ୮୦ ବର୍ଷର ବୃଦ୍ଧ ର ମୁଣ୍ଡ ଉପରେ ଦୁଃଖର ବୋଝ ଅସହିଷ୍ଣୁ ଥିବାବେଳେ ଅର୍ଥ ଅଭାବରୁ ଔଷଧ ଟିକେ ପାଇଁ ଡହଳ ବିକଳ ହେଉଛନ୍ତି !

ଝଡ ବର୍ଷା ରେ ମୁଣ୍ଡଗୁଞ୍ଜି ରହିବା ପାଇଁ ପକ୍କାଘର ଟିଏ ନାହିଁ !ରାସନ କାର୍ଡ ଦିଆଯାଇନି !ଛଅ ବର୍ଷର ସାନପୁଅ କୁ ପାଠ ପଢେଇବାକୁସମର୍ଥ ନଥିବା ବେଳେ ଦୃଷ୍ଟିଶକ୍ତି ହରାଇଥିବା ଅନ୍ଧପୁଅ ରବିନ୍ଦ୍ର ମହାନ୍ତି, ନିଜର ୭୨ ବର୍ଷର ବୃଦ୍ଧା ମା ବାସନ୍ତୀ କୁ ନେଇ , ରାହାମା ବଜାର ରେ କରୁଛି ଭିକ୍ଷାବୃତ୍ତି ! ଏମିତି ଏକ ଅସହାୟ ପରିବାର ବିଷୟରେ ଜାଣିବା ପରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଗତ ମଙ୍ଗଳବାର ଦିନ , ଫାଉଣ୍ଡେସନର ଉପଦେଷ୍ଟା ଇଞ୍ଜିନିୟର ଗଗନ ବିହାରୀ ପୃଷ୍ଟି, ଉପସଭାପତି ରଶ୍ମିତା ନାୟକ , ସାମ୍ୱାଦିକ ରମାକାନ୍ତ ରାଉଳ ଓ ନିଜର ସହଯୋଗୀ ମାନଙ୍କୁ ନେଇ, ପହଞ୍ଚି ଥିଲେ , ଅନ୍ଧ ରବିନ୍ଦ୍ର ର ଘର ପାଖରେ।ରବୀନ୍ଦ୍ର ର ବାସ୍ତବ ଜୀବନକୁ ଦେଖି ଶ୍ରୀମତୀ ଆଚାର୍ଯ୍ୟ ଓ ସହକର୍ମୀ ମାନେ,ମାସକ ପାଇଁ ଚଳିବାକୁ କିଛି ରାସନ୍ ସାମଗ୍ରୀ ସହିତ, ଅର୍ଥରାଶି ମଧ୍ୟ ରବିନ୍ଦ୍ରର ପରିବାର ଙ୍କୁ ଦେଇଥିଲେ। ଏଭଳି ଦୁସ୍ଥ ଅଭାବୀ ପରିବାରକୁ ମିଳିନି ଅବାସ ଯୋଜନା ଗୃହ ! ରାସନ କାର୍ଡ କରାଇ ଦେଉନାହାନ୍ତି ଗ୍ରାମର କୁଜିନେତା ! ଭିକାରୀ ପରିବାରକୁ କୌଣସି ସରକାରୀ ଯୋଜନା ନଥିବା କହି ଉପହାସ କରୁଛନ୍ତି ପଞ୍ଚାୟତ ନେତା ! ପଞ୍ଚାୟତରୁ ବ୍ଲକ ଦୌଡ଼ି ଦୌଡ଼ି ନୟାନ୍ତ ହେଇ ଚୁପ ରହିଛନ୍ତି ରବୀନ୍ଦ୍ର !ଏରସମା ବ୍ଲକ ପ୍ରଶାସନ , ଜଗତସିଂହପୁର ଜିଲ୍ଲା ପ୍ରଶାସନ , ରାଜ୍ୟ ସରକାର ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଉ କି ବଦାନ୍ୟମାନ ବ୍ୟକ୍ତିବିଶେଷ ହୁଅନ୍ତୁ ଯଦି ଏହି ବିପନ୍ନ ଭିନ୍ନକ୍ଷମ ପରିବାର ପାଇଁ ସାହାଯ୍ୟ ସହଯୋଗ କରିପାରନ୍ତେ ତେବେ ସେମାନେ କିଛିଦିନ ସୁଖଶାନ୍ତି ରେ ବଞ୍ଚିଯାଇ ପାରିବେ ବୋଲି , ତାଙ୍କର ପଡୋଶୀ , ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରିଅଛନ୍ତି।

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button