ମୁଖ୍ୟ ମନ୍ତ୍ରୀ ଙ୍କ ୭୮ତମ ଜନ୍ମ ଦିନ ରେ ବିଜେଡ଼ି ପକ୍ଷ ରୁ ରୋଗୀଙ୍କୁ ଫଳ ବଣ୍ଟନ ସହିତ ସାମୁହିକ ଦୀପ ପ୍ରଜ୍ଜୋଳନ୍ ।


ମୁଖ୍ୟ ମନ୍ତ୍ରୀ ଙ୍କ ୭୮ତମ ଜନ୍ମ ଦିନ ରେ ବିଜେଡ଼ି ପକ୍ଷ ରୁ ରୋଗୀଙ୍କୁ ଫଳ ବଣ୍ଟନ ସହିତ ସାମୁହିକ ଦୀପ ପ୍ରଜ୍ଜୋଳନ୍ ।ଛତିଆ ୧୬। ୧୦,(ଆ ପ୍ର) ଜନ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୮ତମ ଜନ୍ମ ଦିନ ବଡ଼ଚଣା ବିଜେଡ଼ି ପକ୍ଷରୁ ପାଳନ କରାଯାଇଛି। ଏହି ଅବସର ରେ ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରଥମେ ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ରୋଗୀ ମାନଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ଫଳ ମୂ ଳ ବଣ୍ଟନ କରି ଥିଲେ। ପରେ ସନ୍ଧ୍ୟା ସମୟରେ ବନ୍ଦାଳ ସ୍ଥିତ ସିଦ୍ଧ ହନୁମାନ ଜି ଙ୍କ ମନ୍ଦିରରେ ପହଞ୍ଚି ଜନ ପ୍ରିୟ ମୁଖ୍ୟ ମନ୍ତ୍ରୀ ଙ୍କ ଲାଗି ନିରାମୟ ଓ ସୁସ୍ଥ ଜୀବନ କାମନା କରି ପୂଜା ପାଠ ସହିତ ସାମୁହିକ ଦୀପ ପ୍ରଦାନ କରିଥିଲେ। ଏହି ସମୟରେ ଏକ ଭାବ ବିହ୍ୱୋଳ ପରିବେଶ ଅବସରରେ ବଡ଼ଚଣା ଅଂଚଳର ବହୁ ବିଜୁ ପରିବାର ର କର୍ମୀ ଉପସ୍ଥିତ ହୋଇ ଜନ ପ୍ରିୟ ମୁଖ୍ୟ ମନ୍ତ୍ରୀ ଙ୍କ ଉତ୍ତୋର ତ୍ତୋର ଉନ୍ନତି କାମନା କରିଥିଲେ। ଅନ୍ୟପକ୍ଷରେ ଟିମ ବଡ଼ଚଣା ପକ୍ଷରୁ ସମାଜ ଦେବୀ ସଭାପତି ଆଦିତ୍ୟ ଶତପଥି ଧଣ୍ଡିଖୋଲ୍ ସ୍ଥିତ ମା ଚଣ୍ଡୀ ଙ୍କ ମନ୍ଦିରରେ ସାମୁହିକ ଦୀପ ଜାଳି ଜନପ୍ରିୟ ମୁଖ୍ୟ ମନ୍ତ୍ରୀ ଙ୍କ ଦୀର୍ଘ ନିରାମୟ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ବିଜେଡ଼ି ସଭାପତି ଅରବିନ୍ଦ ସାମଲ, ଜିଲ୍ଲା ପରିଷଦ ଯାଚିନ୍ଦ୍ର ନାୟକ, ଆତ୍ମା ର ଅଧକ୍ଷ ବିପିନ୍ ଜେନା, ପୂର୍ବତନ ଆତ୍ମାର ଅଧକ୍ଷ ନିରଞ୍ଜନ ସେନାପତି, ମିହିର ସ୍ୱାଇଁ, ଛତିଆ ସମିତି ସଭ୍ୟ ଦୀପକ୍ ସାହୁ, ସୋଲର୍ ସମିତି ସଭ୍ୟ ସଞ୍ଜୟ ବେହେରା, ସରପଞ୍ଚ ବିଜୟସ୍ୱାଇଁ, ଭୂଷଣ୍ଡ ପୁର ସରପଞ୍ଚ ଯଯାତି କେଶରୀ ରାଉତ, ଗିରିଶ ପାତ୍ର, ଛତିଆ ମହିଳା ଫେଡ୍ରେସନ୍ ନେତ୍ରୀ କ୍ରୀଷ୍ଣା ସରଞ୍ଜିକା ନନ୍ଦ,ଅମରେଶ ନନ୍ଦ ,ବିପିନ୍ ବିଶ୍ଵାଳ, ମନୋଜ ସାମଲ, ନେଳିଆ ସରପଞ୍ଚ ଙ୍କ ପ୍ରତିନିଧି କପିଳ ରାଉତ ଙ୍କ ସମେତ ଶତାଧିକ ମହିଳା ଙ୍କ ସମେତ ବହୁ ନେତ୍ରୁ ମଣ୍ଡଳୀ ଉପସ୍ଥିତ ରହି ସୁସ୍ଥ, ଦୀର୍ଘ ନିରା ମୟ ଜୀବନ କାମନା କରି ଥିଲେ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




