ବୌଦ୍ଧ ଜିଲ୍ଲା ସମିତି ସଭ୍ୟ ସଂଘ ଗଠିତ,


ବୌଦ୍ଧ-୧୪-୧୦ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସମିତି ସଭ୍ୟମାନଙ୍କୁ ନେଇ ଶନିବାର ଏକ ବୈଠକ ବୌଦ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ଅସ୍ଥାୟୀ ସଭାପତି ଭାବେ ଗୁଡଭେଲିପଦର ସମିତିସଭ୍ୟ ଦୁର୍ଯ୍ୟୋଧନ ଭୋଇଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପ୍ରଶାସନ ସମିତି ସଭ୍ୟମାନଙ୍କୁ କୌଣସି କାର୍ଯ୍ୟରେ ଗୁରୁତ୍ୱ ଦେଉନାହିଁ।ଏହା ସହିତ ସମିତି ସଭ୍ୟଙ୍କ ବସିବା କିମ୍ବା ଆଲୋଚନା କରିବା ପାଇଁ କୌଣସି ଜାଗାର ବ୍ୟବସ୍ଥା ନାହିଁ ସେଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ। ଏଥିପାଇଁ ଜିଲ୍ଲାସ୍ତରରେ କମିଟିର ଆବଶ୍ୟକତା ଅନୁଭବ କରି ଜିଲ୍ଲା କମିଟି ଗଠନ ପାଇଁ ନିଷ୍ପତି ନିଆଯାଇଥିଲା।ସଭାପତି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଉପସଭାପତି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ୍ୟା ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ସଂପାଦକ ଭାବେ ଖଲିଆପାଲି ସମିତି ସଭ୍ୟ କେଦାରନାଥ ସାହୁ, ସହସଂପାଦକ ଭାବେ ବ୍ରାହ୍ମଣୀପାଲି ସମିତି ସଭ୍ୟ ସୁମନ୍ତ ସାହୁ, ସହସଂପାଦିକା ଶୁଣ୍ଡିପଦର ସମିତି ସଭ୍ୟା ଶ୍ରୀମତୀ ସିଲାବତୀ ସାହୁ ସୋସିଆଲ ମିଡିଆ ସଂଯୋଜକ ଭାବେ ତେଲିବନ୍ଧ ସମିତି ସଭ୍ୟ ସୁନୀଲ ସେଠୀ, କୋଷାଧ୍ୟକ୍ଷ ଭାବେ କୁଶଙ୍ଗ ସମିତି ସଭ୍ୟ କାହ୍ନୁ ଚରଣ ନାଥ, ଉପଦେଷ୍ଟା କମିଟି ଭାବେ ସମିତି ସଭ୍ୟ ବାଣିଭୂଷଣପୁର ପ୍ରଶାନ୍ତ ପ୍ରଧାନ, ସମିତି ସଭ୍ୟ ଗୁଡଭେଲିପଦର ଦୁର୍ଯ୍ୟୋଧନ ଭୋଇ ,ଖଟଖଟିଆ ସମିତି ସଭ୍ୟା ଶ୍ରୀମତୀ ଆଲ୍ଲାଦିନୀ ମହାଲିକ, ରକ୍ସା ସମିତି ସଭ୍ୟ ଦଳଗଞ୍ଜନ ବେହେରା, କୁଲତାଯୋର ସମିତି ସଭ୍ୟ ମହେନ୍ଦ୍ର ରଣାଙ୍କୁ ସର୍ବସମ୍ମତି ମନୋନୀତ କରାଯାଇଥିଲା।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




