ବୈରୀ ପୋଲିସ୍ ପକ୍ଷରୁ ବ୍ୟାପକ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ।


ବଡ଼ଚଣା,୬।୧୦,(ନି; ପ୍ର) ବୈ ରୀ ଥାନା ଅନ୍ତର୍ଗତ ଛତିଆ ପିଲ୍ ଗ୍ରିମ୍ ସେଡ୍ , ଚମ୍ପାପୁର ହାଟ ପଡ଼ିଆ ଠାରେ ସାଇବର ଠକେଇ ସଚେତନତା ଲାଗି ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଥିଲା । ବର୍ତ୍ତମାନ ସମାଜରେ ବ୍ୟାପକ ଇଣ୍ଟରନେଟ୍ ର ବ୍ୟବହାର ବୃଦ୍ଧି ପାଉ ଥିବା ବେଳେ, ସାଇବର ଠକ ମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକୁଛନ୍ତି। ଏହାକୁ ନେଇ କଟକ କ୍ରାଇମ୍ ବ୍ରାଞ୍ଚ ଓ ଯାଜପୁର ପୁଲିସ ମିଳିତ ସହଯୋଗରେ ଠକେଇ ସଚେତନତା ରଥ ଆଜି ଛତିଆ, ବନ୍ତଳା,ଵୈରୀ ,ଚଂପାପୂର୍ ହାଟ ,ଛତିଆ ଠାରେ ପଥ ପ୍ରାନ୍ତ ନାଟକ ,ନୃତ୍ୟ ମାଧ୍ୟମରେ ସୋସିଆଲ ମିଡ଼ିଆ କ୍ଷେତ୍ରରେ ଗେମିଂ ଆପ୍ଲିକେସନ ଆର୍ଥିକ କାରବାର ଜନିତ ସୁରକ୍ଷା ଶିଶୁ ଫେନୋଗ୍ରାଫି, ରିପୋଟିଁ ଆଦି ଉପରେ ସଚେତନ କରାଯାଉଛି। ଉକ୍ତ କାର୍ଯ୍ୟ କ୍ରମରେ ଵୈରୀ ଥାନା ଆଇ ଆଇ ସି ପ୍ରଦୀପ୍ତ କୁମାର କାନୁନଗୋ,ଫାଣ୍ଡି ଅଧିକାରୀ ନାରାୟଣ ପ୍ରସାଦ ବେହେରା,ଏସ ଆଇ ଯହର ଆବେଦିନ , ଏ ଏସ ଆଇ ପ୍ରିୟ ବ୍ରତ ସେଠୀ, ଛତିଆ ସମିତି ସଭ୍ୟ ଦୀପକ୍ ସାହୁ,ସରପଂଚ ରମେଶ ପୃଷ୍ଟି, ସମାଜ ସେବୀ ଦିଲୀପ ରାଉତ,ଚମ୍ପାପୂର୍ ସରପଂଚ ସୁଲୋଚନା ପ୍ରଧାନ,ସମିତି ସଭ୍ୟ ସତ୍ୟବ୍ରତ ବିଶ୍ଵାଳ ଯୋଗ ଦେଇ ଥିବା ବେଳେ, ବହୁ ଜନ ସାଧାରଣ ଓ ଉପସ୍ଥିତ ପଥଚାରୀ ମାନଙ୍କୁ ସଚେତନ କରାଇ ଥିଲେ ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



