Orisha
ପଲଶାଗୋରାରେ ବୌଦ୍ଧ ପୋଲିସ ତରଫରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


କଣ୍ଟାମାଳ, ତା ୦୭|୧୦ (ପ୍ରଭାତ କୁମାର ସାହୁ ) : ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ସାଇବର ସୁରକ୍ଷା ସଚେତନତା ରଥ ପରିକ୍ରମା କରି ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରୁଥିବା ବେଳେ ଶନିବାର କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟଠାରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପୋଲିସ ଏସ ଆଇ ତୁଲାରାମ ମହାନନ୍ଦ ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ଥିଲେ |କଲେଜ ତରଫରୁ ଅଧ୍ୟକ୍ଷ ପ୍ରାଧ୍ୟାପକ ଦେବେନ୍ଦ୍ର ନାରାୟଣ ପଣ୍ଡା,ଅଧ୍ୟାପକ ବିଶେଶ୍ୱର ପାଣିଗ୍ରାହୀ, ଖେଳ ଅଧ୍ୟାପକ ନାରାୟଣ ପ୍ରଧାନ, ଅଧ୍ୟାପିକା ପ୍ରଜ୍ଞାପରମିତା ମିଶ୍ର, ପିଙ୍କି ମେହେର,ସବିତା ବାଘ, ଗ୍ରନ୍ଥାଗାରିକ କୈଳାଶ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ |ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ କଲେଜର ସମସ୍ତ କର୍ମଚାରୀ ଉକ୍ତ ସଚେତନତା ରଥକୁ ସ୍ୱାଗତ କରିଥିଲେ |
କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



