ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ କଣ୍ଟାମାଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


କଣ୍ଟାମାଳ, ୦୭|୧୦ ( ପ୍ରଭାତ କୁମାର ସାହୁ): ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ତରଫରୁ ଶିକ୍ଷକମାନଙ୍କ ତିନି ଦଫା ଦାବୀ ପୁରଣ ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଶନିବାର କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ ସେଠୀଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି |ଏନ ପି ଏସ ଶିକ୍ଷକ ସଙ୍ଘ ବୌଦ୍ଧ ଜିଲ୍ଲା ସଭାପତି ଶିଶିର ଖଟୁଆଙ୍କ ନେତୃତ୍ୱରେ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁ, ସତ୍ୟନାରାୟଣ ବାଘ,ସୁଶୀଲ ତ୍ରିପାଠୀ, ସୁରେନ୍ଦ୍ର କୁମାର ସାହୁ,ଶୁକ ମହାନନ୍ଦ ଓ ଅନ୍ୟ ଶିକ୍ଷକ ମାନେ ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ |ଦାବି ଗୁଡିକ ମଧ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା,ପୂର୍ବରୁ ଠିକାରେ ନିୟୋଜିତ ସମସ୍ତ ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟକାଳକୁ ନେସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ କରିବା,ସମସ୍ତ ବର୍ଗର ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,୪୨୦୦ ଗ୍ରେଡ଼ ପେ ପ୍ରଦାନ,ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବାକୁ ସଙ୍ଘ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ ରହିଛି | ଉକ୍ତ ଦାବି ଗୁଡିକୁ ତୁରନ୍ତ ସରକାର ସମାଧାନ ନ କଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଫୋରମରେ ଆଲୋଚନା ହୋଇଥିଲା |
କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



