Orisha

ପଶ୍ଚିମ ଓଡିଶାର ଘରେ ଘରେ ପୁଅ ଜିଉନ୍ତିଆ ଓଷା ପାଳିତ l

 

ବୌଦ୍ଧ -୬/୧୦:(ହୃଦାନନ୍ଦ ମେହେର )- ଆଜି ପଶ୍ଚିମ ଓଡିଶାର ମାଆମାନଙ୍କର ବଡ଼ପର୍ବ ପୁଅ ଜିଉଁନ୍ତିଆ । ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସମସ୍ତ ମାଆମାନେ ନିଜର ପୁଅମାନଙ୍କ ମଙ୍ଗଳକାମନା ପାଇଁ ଦୂତୀବାହନଙ୍କୁ ପୂଜା କରିଥାନ୍ତି । ପୂଜା ପାଇଁ ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ, ହରଭଙ୍ଗା ଓ କଣ୍ଟାମାଳ ବ୍ଳକର ସମସ୍ତ ଅଞ୍ଚଳରେ ପୁଅ ଜିଉଁତିଆ ପାଳନ କରୁଛନ୍ତି । ସେହିପରି ବୌଦ୍ଧ ବ୍ଲକର ନାରାୟଣ ନଗରରେ ମଧ୍ୟ ପୁଅ ଜିଉଁତିଆ ଗ୍ରାମର ଗଙ୍ଗାଧର ଛକ, ସାହୁଗଳି, ମନ୍ଦିର ସାହି ଏବଂ ତଷା ସାହି ଠାରେ ମଧ୍ୟ ପୂଜା କରୁଛନ୍ତି l ନିଜ ପିଲାମାନଙ୍କର ମଙ୍ଗଳକାମନା ପାଇଁ ମାଆ ଆଜି ଦିନ ସାରା ଉପାସ ରହିବ l ପୂଜା ସରିବା ପରେ ପୁଅକୁ ପୂଜା ହୋଇଥିବା 108 ଦୁବରେ ପୁଅକୁ ଉତୁରା ଯାଇ ଜିଉଁତିଆ ଟିକୁ ପିନ୍ଧାଯାଏ l ପୂଜା ପାଇଁ 21 ପ୍ରକାର ଫଳମୂଳ ଲାଗି କରାଯାଏ l ସେ ଗୁଡିକ ହେଲା ନଡ଼ିଆ, କଦଳୀ, ସେଓ, ଲେମ୍ବୁ, କମଳା, ଆତ,ଅଙ୍ଗୁର,ପିଜୁଳି, ଡାଳିମ୍ବ, କନ୍ଧମୂଳ, ବେଲ,

,ଆଖୁ,କାକୁଡି,ମକା,ଜଂହ୍ନି, କଖାରୁ,

ଅଇଁଳା ଡାଳ,ଇସ୍ପରଜଟ,ଯୁଗାର, ଲଡୁ, ମୁଗ, ଦୁବ, ବେଲପତ୍ର ଓ ଫୁଲ ଆଦି ନାନା ରକମର ଜିନିଷ ଲଗାଯାଏ l ସମସ୍ତ ମାଆମାନେ ଏକାଠି ହୋଇ ପୂଜା କରନ୍ତି l ପୂଜା ସ୍ଥାନଟି ଘଣ୍ଟ ଓ ହୁଳହୁଳି ରେ ଧ୍ୟ୍ୟନୀ ପ୍ରଂକମ୍ପିତ ହୋଇଥାଏ l ସେହିପରି ଜଗତୀ, ଗୁଡ଼ିଆଳୀ, ମଝିଆଘର, ସୁବର୍ଣ୍ଣପୁର, ଆନନ୍ଦପୁର, ତେଲିବନ୍ଧ,ଜହ୍ନାପଙ୍କ, ଖୁଣ୍ଟବନ୍ଧ ଓ କୌଡିଆତୋଳା ଆଦି ଗ୍ରାମରେ ଧୂମଧାମରେ ପୂଜା କରୁଥିବା ଦେଖିବାକୁ ମିଳିଛି l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button