ବୌଦ୍ଧ ଜ଼ିଲ୍ଲା ପରିଷଦ ସଭାଗୃହ ଠାରେ ଜ଼ିଲ୍ଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି l


ବୌଦ୍ଧ -06-10-(ହୃଦାନନ୍ଦ ମେହେର )-ବୌଦ୍ଧ ଜ଼ିଲ୍ଲା ପରିଷଦ ସଭାଗୃହ ଠାରେ ଶୁକ୍ରବାର ପୂର୍ବାହ୍ନ 10 ଘଟିକା ସମୟରେ ଅନୁଷ୍ଠିତ ଏକ ବୈଠକରେ ଜ଼ିଲ୍ଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି ନିଆଯାଇଛି l ସରକାରଙ୍କ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରକାରେ ଜିଲାସ୍ତରୀୟ ତମାଖୁ ସମନ୍ୱୟ କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ ଦେଇଥିଲେ । ବୈଠକରେ ଜ଼ିଲ୍ଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମପଂଚାୟତର ୬୯ଟି ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି ନିଆଯିବା ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ବୈଠକରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଜିଲ୍ଲା ପରାମର୍ଶଦାତା ଆଲୋକ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



