Orisha

ଗଣମାଧ୍ୟମ ପ୍ରଭାବ, ୩ବର୍ଷ ପରେ ବୁଢ଼ୀ ମାଲ ଗ୍ରାମକୁ ମିଳିଲା ବିଦ୍ୟୁତ୍ ସଂଯୋଗ 

କଣ୍ଟାମାଳ,୦୬|୧୦( ପ୍ରଭାତ କୁମାର ସାହୁ): ସରକାର ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ଅନେକ କ୍ଷେତ୍ରରେ ଏହା ବାସ୍ତବରେ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଥିଲା | ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢ଼ିମାଲ ଗ୍ରାମରେ ୩ବର୍ଷ ହେଲାଣି ୧୦କେଭି ବିଦ୍ୟୁତ୍ ଟ୍ରାଂସଫର୍ମରଟି ପୋଡ଼ି ଯାଇଥିଲା | ଯାହା ଫଳରେ ଗ୍ରାମରେ ବସବାସ କରୁଥିବା ୫ଟି ପରିବାର ପାଖାପାଖି ୨୦ସଦସ୍ୟ ଅନ୍ଧାରରେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଥିଲେ | ଏପରିକି ପିଲାମାନେ ମଧ୍ୟ ପାଠ ପଢିବାରୁ ବଞ୍ଚିତ ହେଉଥିଲେ | ଅନ୍ୟପଟେ ଅନ୍ଧାରରେ ସାପ, ବିଛା ଆଦି କାମୁଡିବାରେ ଆଶଙ୍କା ରହିଥିବା ବେଳେ ଚୋରି ଡକାୟତି ଆଦି ଅପରାଧିକ କାର୍ଯ୍ୟକଳାପ ବଢିବାର ଆଶଙ୍କା ରହିଥିଲା | ଅଚଳ ବିଦ୍ୟୁତ୍ ଟ୍ରାଂସଫର୍ମରକୁ ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ | ତୁରନ୍ତ ନୂତନ ବିଦ୍ୟୁତ୍ ଟ୍ରାଂସଫର୍ମର ଲଗାଈବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ। ଏ ନେଇ ଗତ ସେପ୍ଟେମ୍ବର ୨୮ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା| ଉକ୍ତ ଖବରକୁ ଟୁଇଟ ମାଧ୍ୟମରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ କେଶରୀ ପାଲି ଗ୍ରାମର ରମେଶ ମେହେର ଓ ଵିନୋଜ କନ୍ଧେର ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ | ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ତପ୍ତରତା ପ୍ରକାଶ ପାଇବା ସହ ଗ୍ରାମରେ ଏକ ନୂତନ ଟ୍ରାଂସଫର୍ମର ଲଗାଯାଇ ବିଦ୍ୟୁତ୍ ସଂଯୋଗ ଦିଆ ଯାଇଥିଲା | ଦୀର୍ଘ ୩ବର୍ଷ ପରେ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ହେବା ପରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଗଣମାଧାମକୁ ଧନ୍ୟବାଦ୍ ଜଣାଇଛନ୍ତି |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button