Orisha

ଛତିଆ ଚଟିଘର ଠାରେ ନିର୍ମାଣ ହେବ ଗଳିପୋଲ । ଭଟ୍ଟ ସାଗର ବଜାର ର ଉନ୍ନତି, ଚଣ୍ଡିଖୋଲ ବଜରର ଉନ୍ନତି ଲାଗି ବିଧାୟକଙ୍କ ଆଲୋଚନା।

ବଡ଼ଚଣା, ୬।୧୦, (ନି; ପ୍ର) ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛଡିଆ ୧୬ ନମ୍ୱର୍ ଜାତୀୟ ରାଜପଥ ଚଟିଘର ନିକଟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟି ଥିବା ବେଳେ ବହୁ ଧନଜୀବନ ହାନି ହେବାକୁ ପଡୁଛି। ଯାହାର ସ୍ଥାୟୀ ସମାଧାନ ଲାଗି ଏକ ଗଳିପୋଲ ନିର୍ମାଣ ପାଇଁ ୨୦୧୭ ଠାରୁ ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି। ତେବେ ଦୁର୍ଘଟଣା କୁ ବିରୋଧ କରି ପୂର୍ବରୁ ଆନ୍ଦୋଳନ ମଧ୍ୟ ହୋଈ ଥିଲା । ପରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ ପକ୍ଷରୁ ଏଠାରେ ଏକ ଗଳିପୋଲ ନିର୍ମାଣ ଲାଗି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଅଦ୍ୟାବଧି ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବ ହୋଇ ଥିବା ବେଳେ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ଘଟଣାକୁ ନେଇ ଛତିଆ ସମିତି ସଭ୍ୟ ଦୀପକ୍ ସାହୁ ଙ୍କ ତତ୍ତ୍ଵାବଧାନରେ ଏକ ଟିମ ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀ ଙ୍କୁ ଅବଗତ କରିବା ପରେ ଘଟଣାକୁ ନେଇ ବିଧାୟକ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଲୋଚନା କରିଛନ୍ତି । ଉଲ୍ଲେଖ ଥାଉ କି, ଛତିଆ ଚଟିଘର ନିକଟରେ ଗଳିପୋଲ ର ନିର୍ମାଣ ଲାଗି ଜାତୀୟ ରାଜପଥ ମଞ୍ଜୁରୀ ଦେଇଥିବା ବେଳେ ଏଯାବତ୍ ପ୍ରକଳ୍ପ ଆରମ୍ଭ ହୋଇ ନ ପାରିବା ବିଷୟ ଏନ୍ ଏଚ୍ ଆଇ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ପ୍ରାଧୀ କରଣର ଆଞ୍ଚଳିକ ମୁଖ୍ୟ ନରେନ୍ଦ୍ର ସିଂ ଓ ପ୍ରକଳ୍ପ ନିର୍ଦ୍ଦେଶକ ବୀରେନ୍ଦ୍ର ସିଂଙ୍କ ସହିତ ରାଜପଥ କୁ ଲାଗି ଥିବା ଭଟ୍ଟ ସାଗର ବଜାର ର ଉନ୍ନତି, ଚଣ୍ଡିଖୋଲ ବଜାରର ଉନ୍ନତି ସମ୍ପର୍କରେ ଶ୍ରୀଯୁକ୍ତ ଶତପଥୀ ଆଲୋଚନା କରିଥିବା ଜଣାପଡିଛି। ତେବେ ଆଞ୍ଚଳିକ ମୁଖ୍ୟ ଶ୍ରୀ ସିଂ ବିଭିନ୍ନ ଉନ୍ନତି କରଣ କାର୍ଯ୍ୟ କରିବା ସହିତ ଚଟିଘର ଗଳିପୋଲ ନିର୍ମାଣ ପାଇଁ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ଦେଇ ଥିଲେ। ଗଳିପୋଲ କ୍ରିୟା ନୁଷ୍ଠାନ କମିଟିର ସମ୍ପାଦକ ଗିରିଷ ଚନ୍ଦ୍ର ପାତ୍ର, ଆବାହକ ବିପିନ ବିହାରୀ ବିଶ୍ୱାଳ, ବଡ଼ବଣା ସମିତି ସଭ୍ୟ ମଧୁ ସୂଦନ ବଡ, ଦେବାଶିଷ ଓତା ଓ ଅକ୍ଷୟ କୁମାର ବଳ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button