Orisha
ଆସିଲାନି 108 ଆମ୍ବୁଲାନ୍ସ ଟ୍ରଲିରେ ରେ ବୁହା ହେଲେ ଅସୁସ୍ଥ ମହିଳା ।


– ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରଲିରେ ମେଡିକାଲ କୁ ବୁହାଇଲେ ଅସୁସ୍ଥ ମହିଳା । ଏଭଳି ଚିତ୍ର ଦେଖିବାକୁ ମିଳିଛି ରସୁଲପୁର ବ୍ଲକ ଅଞ୍ଚଳରୁ। ସୂଚନା ଥାଉ କି, ରସୁଲପୁର ବ୍ଲକ ପ୍ରଥମଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମର ଈଶ୍ଵର ମଳିକଙ୍କ ପତ୍ନୀ ଚଗଲି ମଳିକ ୫୮ ଙ୍କ ଭୀଷଣ ଜର ହେତୁ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ତେବେ ତାଙ୍କ ସ୍ବାମୀ 108 ଆମ୍ବୁଲାନ୍ସକୁ ଫୋନ କରିଥିବା ବେଳେ ଆମ୍ବୁଲାନ୍ସ ପହଞ୍ଚି ପା ରି ନଥିଲା । ତେଣେ ପତ୍ନୀଙ୍କ ଆଵସ୍ଥା ଗୁରୁତର ଦେଖି ଇଶ୍ବର ନିଜ ଟଲିରେ ପତ୍ନୀଙ୍କୁ ଶୁଆଇ ଦୀର୍ଘ 6 କିଲୋମିଟର ବାଟ ରାସ୍ତା ଅତିକ୍ରମ କରି ଧର୍ମଶାଳା ମେଡିକାଲ ରେ ପହଂଚି ଚିକିତ୍ସା କରାଇଥିବା କହିଛନ୍ତି ସ୍ଵାମୀ ଈଶ୍ୱର ମଳିକ। ତେବେ ସରକାରୀ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



