୩ ଲକ୍ଷ ଟଙ୍କା ଦାଦାବଟି ମାଗି ଗିରଫ ହେଲେ ଯୁବକ ।


– ୧୩୨ କେଭି ବିଦ୍ୟୁତ ତାର ଟଣାଯାଉଥିବା ବେଳେ ଜନୈକ ଯୁବକ ଯୋରଜବରଦସ୍ତ ଦାଦାବଟି ମାଗି ଥିବା ଅଭିଯୋଗ ପରେ ଜନୈକ ଯୁବକ ଆଜି ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନା ଥାଉ କି ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବନ୍ଦାଳ ପଞ୍ଚାଯତ ସାତଲଣ୍ଡା ଗାଁରେ ଗତକିଛି ଦିନହେବ ପୂର୍ବରୁ ନିର୍ମାଣ ହୋଇଥିବା ଟାୱାର ଖୁଣ୍ଟରେ ବିଦ୍ୟୁତ ତାର ଟଣାଯାଉଛି। ଏହି ତାର ଟଣାଯାଉଥିବା ସମ୍ପୃକ୍ତ ଜମି ମାଲିକଙ୍କୁ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦେଉଥିବା ଜଣାଯାଇଛି । ହେଲେ ବନ୍ଦାଳ ଗ୍ରାମର ସୁରେନ୍ଦ୍ର ସ୍ଵାଇଁ(୩୦)ଙ୍କ ସେଠାରେ କୌଣସି ଜମି ନଥିବା ସତ୍ତ୍ଵେ ସେ ଆଜି ସକାଳେ ବିଦ୍ୟୁତ ତାର ଟାଣୁଥିବା କର୍ମଚାରୀଙ୍କୁ ଭୟଭୀତ କରି ମୋତେ ବଟିଦିଅ ନଚେତ ଏଠାରେ ତାର ଟଣାଯାଇପାରିବ ନାହିଁ ବୋଲି ଧମକ ଦେଉଥିଲା । ଘଟଣାକୁ ନେଇ ସମ୍ପୃକ୍ତ କମ୍ପାନୀର ସୁପରଭାଇଜର ଜୟନ୍ତ କୁମାର ଭଟ୍ଟ ବଡଚଣା ଥାନାରେ ଅଭିଯୋଗ କରିଥିଲେ। ସୁରେନ୍ଦ୍ର କାମ ପାଖକୁ ଯାଇ ଟଙ୍କା ଦିଅ ବୋଲି ଧମକ ଦେବା ସହ ଗାଳିଗୁଳଜ କରୁଥିବା ବେଳେ ମୋ ପକେଟରେ ଥିବା ୩୨୦୦ ଟଙ୍କା ଜବରଦସ୍ତ ଛଡାଇନେଇଥିବା ଦର୍ଶାଇଥିଲେ। ବଡ଼ଚଣା ପୁଲିସ କେସ ନମ୍ବର-୨୮୪/୨୩ ମାମଲା କରି ଅଭିଯୁକ୍ତ ସୁରେନ୍ଦ୍ରକୁ ଗିରଫ କରି ଅଦାଲତ ଚାଲାଣ କରିଛି।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ



