Orisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୁକଙ୍କୁ ମିଳୁନି ଘର l

ବୌଦ୍ଧ -06-10-(ହୃଦାନନ୍ଦ ମେହେର )- ଆବାସ ଯୋଜନା ରେ ଘର ଯୋଗାଇ ଯେଉଛନ୍ତି ସରକାର କିନ୍ତୁ ଅନେକ ଲୁକଙ୍କୁ ଘର ମିଳୁନଥିବା ଅଭିଯୋଗ ହୋଇଛି l ଘର କରିଥିଲେ ବି ମଧ୍ୟ୍ୟ ବିଲ ପାଇପାରୁନାହାନ୍ତି ହିତାଧିକାରୀ,

ଫଳରେ ହିତାଧିକାରୀ ରହୁଛନ୍ତି ଭଙ୍ଗାଦଦରା ଘରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ପଞ୍ଚାୟତ ଅଧୀନ ମାଳପଡ଼ା ଗ୍ରାମରେ l ଆବାସ ଗୃହରୁ ବଞ୍ଚିତ ହିତାଧିକାରୀ ରହୁଛନ୍ତି ଭଙ୍ଗା ଦଦରା କୁଡ଼ିଆରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳଛି ମାଳପଡ଼ା ଗ୍ରାମରେ l ଏହି ଗ୍ରାମ ରେ ରହୁଥିବା ଗୋକୁଳ ରଣା ଙ୍କୁ ୨୦୨୦/୨୦୨୧ ରେ ଘରକରିବା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟଦେଶ ଦିଆଯାଇଥିଲା l ଧାର କରଜ ଋଣକରି କାନ୍ଥ ଉଠାଇଦେଲେ ହେଲେ ପ୍ରଶାସନିକ ତ୍ରୁଟି ଯୋଗୁଁ ତିନି ବର୍ଷ ହେଲା ଘରବାବଦରେ ଟଙ୍କା ମିଳିନଥିବା ଅଭିଯୋଗ କରିଛନ୍ତି l ହେଲେ ତାଙ୍କ ଟଙ୍କା ପଳାଇଛି ଅନ୍ୟ ଜଣଙ୍କ ଖାତାକୁ ଆଜିଯାଏ ଘର ଅଧପନ୍ତରିଆ ହୋଇ ପଡ଼ିରହିଛି l ଏହି ଘରର ବିଲ ପାଇଁ ବିଭିନ୍ନ ସମୟ ରେ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ୍ୟ ଶୁଣି ନଥିବା କହିଛନ୍ତି l ପ୍ରଶାସନ ପକ୍ଷରୁ ତୁରନ୍ତ ଏନେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି l

 

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button