Orisha
ଆଜି ପଶ୍ଚିମ ଓଡିଶାର ଘରେ ଘରେ ପୁଅ ଜିଉନ୍ତିଆ ଓଷା, ଆକାଶଛୁଆଁ ଫଳ ଦର, ଚିନ୍ତାରେ ମାଆ


କଣ୍ଟାମାଳ, ତା.୬/୧୦:(ପ୍ରଭାତ କୁମାର ସାହୁ)ଆଜି ପଶ୍ଚିମଓଡିଶାର ମାଆମାନଙ୍କର ବଡ଼ପର୍ବ ପୁଅ ଜିଉଁନ୍ତିଆ । ଭାଦ୍ରବମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ମାଆମାନେ ନିଜର ପୁଅମାନଙ୍କ ମଙ୍ଗଳ କାମନା ପାଇଁ ଦୂତୀବାହନ ଦେବୀଙ୍କୁ ପୂଜା କରିଥାନ୍ତି। ପୂଜା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ବଜାର ଛକ ଆଜି ଚଳଚଞ୍ଚଳ । ପୂଜା ପାଇଁ ଆବଶ୍ୟକୀୟ ଫଳ ମୂଳ ତଥା ଅନ୍ୟାନ୍ୟ ସାମଗ୍ରୀ କ୍ରୟ ପାଇଁ ଫଳ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି । ଫଳ ଦୋକାନୀ ଜଗତ ରାମ ରଣା, ମାଧବ ସାହୁ, ପ୍ରଶାନ୍ତ ପାଣ୍ଡେ ଓ ଯାଦବ ସାହୁଙ୍କ କହିବାନୁଶାରେ ଏ ବର୍ଷ ଫଳରେଟ ଅଧିକ ଥିବାରୁ ଗତ ବର୍ଷ ଅପେକ୍ଷା ବେପାର ଟିକିଏ କମିଯାଇଛି। ହେଲେ ମଧ୍ୟ ଠିକ ରହିଛି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା



