Politics

ମନମୁଣ୍ଡା ରେ ବିଜେଡିର ଜନ ସଂପର୍କ ପଦଯାତ୍ରା ଅଭୁତପୂର୍ବ

 

କଣ୍ଟାମାଳ, ତା ୫/୧୦:(ପ୍ରଭାତ କୁମାର ସାହୁ)କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ମନମୁଣ୍ଡାଠାରେ ଆଜି ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା ଐତିହାସିକ ଓ ଅଭୁତପୂର୍ବ ଥିବା ଦେଖିବାକୁ ମିଳିଥିଲା।ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ମହାକୁଡ, ବିଜେଡ଼ି ସଂଗଠକ ପ୍ରଶାନ୍ତ ରଣା, ବରିଷ୍ଠ ନେତା ଜାନୀ ସେନାପତି , ରୋହିତ ହୋତାଙ୍କ ଆୟୋଜନ ଓ ତତ୍ତ୍ଵାବଧାନକ୍ରମେ କଣ୍ଟାମାଳ ବିଧାୟକ ମହିଧର ରଣା, ବୌଦ୍ଧ ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ, ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, କଣ୍ଟାମାଳ ବ୍ଲକ ଯୁବ ବିଜେଡ଼ି ସଭାପତି ଶମ୍ଭୁ ସାହୁ, ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରଦ୍ଧାଞ୍ଜଳି ବାରିକ, ଜୋନ ନଂ୧ ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ , ବରିଷ୍ଠ ନେତା ଆଇନଜୀବୀ ରାଧାବଲ୍ଲଭ ପ୍ରଧାନ, ପୂର୍ବତନ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ମମତା ପ୍ରଧାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ସୁବୋଧ ପ୍ରଧାନ, ବରିଷ୍ଠ ନେତା ଆଇନଜୀବୀ ସୁରେଶ ଚନ୍ଦ୍ର ରଣା, ବିପିନ ବିହାରୀ ଭୋଇ, ଛାତ୍ର ନେତା ସୁଦୀପ୍ତ, ପ୍ରଭାତ ପ୍ରଧାନ, ଦକ୍ଷ ନେତା ବିପିନ ପ୍ରଧାନ,ରଞ୍ଜନ ଜଗଦଲା ଓ ଆହୁରି ଅନେକ ବିଜେଡି ନେତା ରାଜପଥ ୪୧ ଦେଉଳିଠାରୁ ଡି ଜେ ଓ ବାଦ୍ୟ ସହ ହଜାର ହଜାର ଲୋକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଜାତୀୟ ରାଜପଥ ୫୭ ରେ ସୁବର୍ଣ୍ଣପାଲି , ମନମୁଣ୍ଡା ଦେଇ ବାସୁଦେବପାଲି ପର୍ଯ୍ୟନ୍ତ ଯାଇଥିଲେ। ଶୋଭାଯାତ୍ରା ପୁରୀ ରଥଯାତ୍ରା ଗହଳିର ଭ୍ରମ ସୃଷ୍ଟି କରିଥିଲା। ରାସ୍ତା ଜନ ସମୁଦ୍ର ଦେଖାଯାଉଥିଲା।ଶୋଭାଯାତ୍ରା ବେଳେ ବିଧାୟକ ଏବଂ ଅନ୍ୟ ନେତାମାନେ ଲୋକମାନଙ୍କ ସହ ହାତ ମିଳାଇ ନମସ୍କାର କରି ମିଶି ଭାବ ର ଆଦାନ ପ୍ରଦାନ କରିଥିଲେ।ଶୋଭାଯାତ୍ରା ପରେ ମନମୁଣ୍ଡା ଆର ଏମ ସି ମଣ୍ଡି ରେ ଏକ ବିରାଟ ସଭା କରାଯାଇଥିଲା। ପ୍ରେମରାଜ ରଣାଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ସମସ୍ତ ନେତା ବିଶେଷକରି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ରାଜ୍ୟ ଉପସଭାପତି ସୁଧୀର ମହାକୁଡ, ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକ ଏବଂ ବିଧାୟକ ମହିଧର ରଣା ବିଜେଡି ର ଜନ କଲ୍ୟାଣ ଯୋଜନା, ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ, ବିଜେଡି ଶାସନ ରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏବଂ ସର୍ବୋପରି ରାଜ୍ୟର ବିକାଶ ସମ୍ପର୍କରେ ଉପସ୍ଥିତ ପ୍ରାୟ 8 ହଜାର ଜନ ସମାବେଶ କୁ ଉଦବୋଧନ ଦେଇଥିଲେ।ଆଗାମୀ ଦିନ ରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କୁ ଆହୁରି ବିକାଶ ପଥରେ ଆଗେଇ ନେଇ ସମୃଦ୍ଧ କରିବାକୁ ଦଳ ବଦ୍ଧପରିକର ବୋଲି ବିଧାୟକ ରଣା ଦୃଢକ୍ତି ପ୍ରକାଶ କରିଥିଲେ। ହଜାର ସଂଖ୍ୟାରେ ଉପସ୍ଥିତ ମହିଳା ହୁଲହୁଲି ଦେଇ ନେତାମାନଙ୍କ କଥାକୁ ସ୍ଵାଗତ କରିଥିଲେ। ମନମୁଣ୍ଡା ରେ ଏହିପରି ଜନ ଜନ ସମୁଦ୍ର ସମାବେଶ ପୂର୍ବରୁ ହୋଇ ନ ଥିଲା ଓ ଏହା ଅଭୂତପୂର୍ବ ବୋଲି ମତ ପ୍ରକାଶ ପାଇଛି।ଏହି ସମାବେଶ ରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଅଧିକାଂଶ ସରପଞ୍ଚ,ସମିତି ସଭ୍ୟ ମଧ୍ୟ ମଞ୍ଚାସୀନ ଥିଲେ। ସଭା ଚାଲିଥିବାବେଳେ ବିଜେଡି ର ଜଣେ ବରିଷ୍ଠ ନେତା ରବି ନାରାୟଣ ପଣ୍ଡା ମହୁ ମାଛି ଆକ୍ରମଣ ର ଶିକାର ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ।ପରେ ସେ ଆରୋଗ୍ୟ ହୋଇଥିବା ସୂଚନା ମିଳିଛି।

 

କଣ୍ଟାମାଳ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button