Orisha

ଗୋପୀଗାଁର ବିକଳ ଚିତ୍ର,ବିପର୍ଯ୍ୟସ୍ତ ଗମନାଗମନ, କାଦୁଅ ରାସ୍ତା ସାଙ୍ଗକୁ ବାଧକ ସାଜିଛି ନାଳ, ଭରା ନାଳ ପାରି ହୋଇ ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ

କଣ୍ଟାମାଳ ।୦୫/୧୦( ପ୍ରଭାତ କୁମାର ସାହୁ): କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପକ୍ଷରୁ ଲୋକଙ୍କ ଗମନା ଗମନ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି | କିନ୍ତୁ ଆଜିବି ଉପାନ୍ତବାସୀଙ୍କ ଉପରେ ପ୍ରଶାସନର ନଜର ପଡୁ ନ ଥିବା ଅଭିଯୋଗ ହୋଇଛି | ଯାହାଫଳରେ ଦୁର୍ବିସହ ଜୀବନ କାଟୁଛନ୍ତି ଉପାନ୍ତ ବାସି | ବୌଦ୍ଧ ଜିଲ୍ଲା ସଦର ବ୍ଲକ ଶଗଡା ଗ୍ରାମ ପଂଚାୟତର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଗୋପୀଗାଁ | ଗାଁକୁ ଯିବା ପାଇଁ ସବୁଦିନିଆ ରାସ୍ତା ନାହିଁ | ରାସ୍ତା ଖରାପ ଯୋଗୁଁ ବର୍ଷା ଦିନେ ଲୋକଙ୍କ ସମସ୍ୟା ଦ୍ଵିଗୁଣିତ ହୋଇ ଯାଏ | ଏହି ଗାଁ କୁ ଯାଇଥିବା ରାସ୍ତା ଉପରେ ଆଖପାଖ ଅଞ୍ଚଳର ୩ଟି ଗ୍ରାମର ଲୋକେ ଉକ୍ତ ରାସ୍ତା ଉପରେ ପ୍ରତିଦିନ ଯାତାୟାତ କରିଥାନ୍ତି I କିନ୍ତୁ ରାସ୍ତା ଅବସ୍ଥା ଅତି ବେହାଲ ହୋଇ ପଡି ଥିବା ବେଳେ କାଦୁଅ ରାସ୍ତା ସାଙ୍ଗକୁ ମେଘମୁଣ୍ଡା ନାଳ ମଧ୍ୟ ରହିଛି | ଯାହା ଫଳରେ ଟିକିଏ ବର୍ଷା ରେ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି I ଏପଟେ ଗୋପୀଗାଁ ସହ ଆଖପାଖ ଅଂଚଳର ଛାତ୍ରଛାତ୍ରୀ ଖଣ୍ଡିକନପା ଗ୍ରାମକୁ ପାଠପଢିବାକୁ ଆସୁଥିବା ବେଳେ ସେମାନେ ଆଣ୍ଠୁଏ ପାଣି ରେ ଆସି ବହୁ ଅସୁବିଧା ଭୋଗୁଥିବା କହିଛନ୍ତି ଛାତ୍ରଛାତ୍ରୀ I ଉକ୍ତ ରାସ୍ତାରେ ଥିବା ନାଳ ଉପରେ ପୋଲ ନିର୍ମାଣ କରାଯାଉନାହିଁ I ଯାହା ଫଳରେ ଲୋକେ ଯାତାୟାତ ବହୁ ଅସୁବିଧା ଭୋଗୁଛନ୍ତି I ଛାତ୍ରଛାତ୍ରୀମାନେ ନାଳ ପାରି ହୋଇ ପଢିବାକୁ ଯାଇଥାନ୍ତି | ବର୍ଷା ହେଲେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବହୁତ୍ ଅସୁବିଧା ହୁଏ | ଏପରିକି ଛାତ୍ରଛାତ୍ରୀମାନେ ଅଭିଭାବକମାନଙ୍କ ସହ ଭରା ନାଳରେ ପାରି ହୋଇ ବିପଦପୂର୍ଣ୍ଣ ଭାବରେ ପାଠ ପଢିବାକୁ ଯାଇଥାନ୍ତି | ଏପରିକି ଅନେକ ସମୟରେ ନାଳ ପାରି ହେବା ସମୟରେ ଛାତ୍ରଛାତ୍ରୀମାନେ ଝୁଣ୍ଟିପଡ଼ି ଯିବାରୁ ବହିପତ୍ର ସହ ପୋଷାକ ମଧ୍ୟ କାଦୁଅରେ ଓଦା ହୋଇ ଯାଇଥିବା ଦେଖିବାକୁ ମିଳିଛି | ଗ୍ରାମର ଲୋକଙ୍କୁ ସାମାନ୍ୟ ଜ୍ୱର ହେଲେ ମଧ୍ୟ୍ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନାହିଁ | ଯାହା ଫଳରେ ଗ୍ରାମବାସି ରୋଗୀଙ୍କୁ ବହୁ ଅସୁବିଧାରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିବାକୁ ପଡୁଛି I ନିର୍ବାଚନ ଆସିଲେ ଗାଁକୁ ଆସି ନେତା ମାନେ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇ ଚାଲି ଯାଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ମଧ୍ୟ୍ୟ ପ୍ରତିଶୃତି ପୂରଣ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସି ପଂଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ବି କିଛି ସୂଫଳ ମିଳି ନ ଥିବା ଜଣା ପଡିଛି | ଉକ୍ତ ରାସ୍ତାକୁ ସବୁଦିନିଆ ରାସ୍ତା ସହ ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଗୋପୀଗାଁ ଗ୍ରାମବାସୀ ଜିଲ୍ଲାପ୍ରଶାସନ ନିକଟରେ ଦାବି କରିଛନ୍ତି |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା

Related Articles

Back to top button