Orisha

ମଧ୍ୟ ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ.

 

ଭୁବନେଶ୍ୱର, ଆଜି ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର 36ରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି.ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଲୋକମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଏବଂ ସବୁ ସରକାରୀ ଜନକଲ୍ୟାଣ କାରି ଯୋଜନାର ସୁଫଳ ଲୋକମାନେ ସଠିକ ଭାବରେ ତାର ଫାଇଦା କିପରି ପାଉଛନ୍ତି ସେ ବିଷୟରେ ଜାଣିବା ପାଇଁ ଜନ ସମ୍ପର୍କ ପଦଯାତ୍ରା ଓଡ଼ିଶାରେ କରାଯାଉଛି. ସେହି ପରିପେକ୍ଷୀରେ ଆଜି ବିଏମସି ୱାର୍ଡ ନଂ 36 କର୍ପୋରେଟର ଶ୍ରୀମତୀ ଅଲିଅଳି ମଲିକଙ୍କ ନେତୃତ୍ୱରେ ରବୀନ୍ଦ୍ର ମଣ୍ଡପ ଠାରୁ ପଦଯାତ୍ରା ଆରମ୍ଭ ହୋଇ ବିଧାୟକ କଲୋନୀ, ଇୟୁନିଟ 4ମାର୍କେଟ ଦେଇ ରାମପୁର ବସ୍ତି, ମା ମଙ୍ଗଳା ବସ୍ତି, ପାଣିଟାଙ୍କି ବିଜୁ ଆଦର୍ଶ କଲୋନୀ ଦେଇ ମଧୁସୂଦନ ନଗର ଅଞ୍ଚଳ, ଭୌମ ନଗର ଅଞ୍ଚଳ, ଏଜି କଲୋନୀ, ପୋଷ୍ଟାଲ କଲୋନୀ, ବିଏସଏନଏଲ କଲୋନୀ ଦେଇ ପରିକ୍ରମା କରିଥିଲା.ମଧ୍ୟ ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏତେ ମାତ୍ରାରେ ଲୋକମାନେ ସ୍ୱତ ପ୍ରବୁତ ଭାବେ ଆସି ନବୀନ ପଟନାୟକ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସବୁ ସରକାରୀ ଯୋଜନାର ଲାଭ ନିଅନ୍ତୁ ଓ ଘରେ ଘରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ଲୋକମାନଙ୍କ ପ୍ରତି ଜାରି ରହିଥିବା ସେବାକୁ ପହଞ୍ଚାଇ ଆଉ ଥରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଚେଷ୍ଟା ଜାରିରଖିବାକୁ ଆହ୍ୱାନ ଦେଇଥିଲେ.ସେହିପରି ୱାର୍ଡର ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚି ସେମାନଙ୍କ ଦୁଃଖ ସୁଖରେ ସାମିଲ ହେବାପାଇଁ ଅଲିଅଳି ଅପା, ଓ ବୁନୁ ଭାଇଙ୍କ ନେତୃତ୍ୱରେ ପଦଯାତ୍ରା ଚାଲିଛି ବୋଲି କହିଛନ୍ତି ମହିଳା ବିଜେଡି ସମ୍ପାଦିକା ଜ୍ୟୋତ୍ସ୍ନା ରାଣୀ ସାହୁ. ଘର ଘର ବୁଲି ସମସ୍ତଙ୍କ ସମସ୍ୟା ଯାଣି ସାହାଯ୍ୟ କରିବା, ସୁବିଧା ଅସୁବିଧା ବୁଝିବା ଓ ୱାର୍ଡର ବିକାଶ କାମକୁ ଦେଖିବା ଉଦେଶ୍ୟରେ ଏହି ପଦ ଯାତ୍ରା ବୋଲି କହିଛନ୍ତି କର୍ପୋରେଟର ଅଲିଅଳି ମଲିକ. ସମସ୍ତ ଗୁରୁଜନ ମାନଂଙ୍କୁ ମୋର ନମସ୍କାର ଓ ସାନ ମାନଙ୍କୁ ସ୍ନେହ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗୁଁ ଆଉ କାହାରିକୁ କୌଣସି ରୋଗର ଚିକିତ୍ସା ପାଇଁ ଅସୁବିଧା ହେଉନାହିଁ ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁ ଯୋଜନା କରିଥିବାରୁ ଏବଂ ଲୋକମାନେ ସବୁ ଯୋଜନାରେ ସାମିଲ ଥିବାରୁ ଜାଣିବା ପାଇଁ ପଦଯାତ୍ରା ବୋଲି କହିଛନ୍ତି 19ନମ୍ବର ୱାର୍ଡ କର୍ପୋରେଟର ସ୍ମୃତି ଶିଖା ବରିଶାଲଓ 35ନଂ ୱାର୍ଡ କର୍ପୋରେଟର ରଞ୍ଜୁ ଲତା ରାୟ.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button