Orisha

ପୂର୍ବତନ ଶିକ୍ଷକଙ୍କ ପରଲୋକ,

 

କଣ୍ଟମାନ, ତା୦୫/୧୦ (ପ୍ରଭାତ କୁମାର ସାହୁ) କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ପୂର୍ବତନ ଶିକ୍ଷକ ନବଘନ ବାରିକ(୭୮)ଙ୍କ ପରଲୋକ ହୋଇଯାଇଛି, ଶ୍ରୀ ବାରିକ ,,କନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କାର୍ଯ ସୁଚାରୁରୂପେ ତୁଲାଇଥିବା ବେଳେ ରୁଣ୍ଡିମାହୁଲ ଗ୍ରାମ ପଞ୍ଚାୟତର ଶୁଲିଆ ସ୍କୁଲ୍ରୁ ଅବସର ନେଇଥିଲେ, ସେ ଜଣେ ମିଷ୍ଟଭାଷୀ , ମେଲାପି ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ଜଣେ କଳାପ୍ରେମୀ ଓ ଖେଳପ୍ରେମୀ ବ୍ୟକ୍ତି ଥିଲେ।ଗତକାଲି ରାତି ୨ ଘଣ୍ଟା ସମୟରେ ନିଜ ଘରେ ମୃତ୍ୟୁ ବରଣ କଲେ ।ମୃତ୍ୟୁ ବେଳକୁ ତାଙ୍କର ପୁଅ, ନାତି ,ନାତୁଣୀ ଭାଇ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ପୁଅ ଅମରେଶ ବାରିକ ମୁଖାଗ୍ନି ଦେଇଥିଲେ।ତାଙ୍କର ମୃତ୍ୟୁ ଖବର ପ୍ରକାଶିତ ହେବାପରେ ଗାଁ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି!

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button