କଣ୍ଟାମାଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣି ମଣ୍ଡଳ ସ୍ତରରେ ମୋ ମାଟି ମୋ ଦେଶ,କାର୍ଯ୍ୟକ୍ରମ,


ବୌଦ୍ଧ-୫-୧୦ (ସମର୍ଥ ନ୍ୟୁଜ) କଣ୍ଟାମାଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିପାଇଁ ଘରକୁ ଘର ବୁଲି ମାଟି ସଂଗ୍ରହ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଅବସରରେ ଗ୍ରାମ ମାନଙ୍କରେ ଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟାଦ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ସହିତ ସ୍ଵାଧୀନତା ସଂଗ୍ରାମୀ ଜଗନ୍ନାଥ ମେହେର, ଲାଇବାନ ମେହେର, ବନମାଳୀ ସେଠି, ଅର୍ଜୁନ ମେହେର, କିଶନ ମେହେର, ସଦାନନ୍ଦ ମେହେରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ଦେଶ ଭକ୍ତିକୁ ସମସ୍ତେ ମନେପକାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ଏଥିରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ପୂର୍ବ ସଭାପତି ମାଗୁଣି ଗାଈଗୌରିଆ, ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ, ଚିତ୍ତରଞ୍ଜନ ପାତ୍ର, ଶ୍ୟାମସୁନ୍ଦର ପୁରୋହିତ, ବିଶିକେଶନ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ଶିଶିର ଘୋଷ, ଅଟଳ ପ୍ରଧାନ, ଧନଞ୍ଜୟ ପାତ୍ର, ପିନାକଧର ରଣା, ନବୀନ ହୋତା, ପଞ୍ଚମନ ଜଗଦଲା, ଯୀଶୁ ପଧାନ, ତପନ ଡାଙ୍ଗ, ନିରଞ୍ଜନ କର୍ଣ୍ଣ ତ୍ରିପୁରାରି ମହାକୁଡ, ତ୍ରିବିକ୍ରମ ମହାକୁଡ଼, ବିଭୁତି ଭୂଷଣ ଡାଙ୍ଗ, ଦଳଗଞ୍ଜନ ବେହେରା, ରମେଶ ମିଶ୍ର, ବିନୋଦ ମହାକୁଳ, ପୁଷ୍ପା ମହଲା, ଜୟନ୍ତୀ ହାତୀ, ପଙ୍କଜ ମହାକୁଳ,ତୋଷିତ ଡାଙ୍ଗ ,ପଞ୍ଚାନନ ବେହେରା,ପ୍ରମୋଦ ସାହୁ,ଗୋଲେଖ ଭୁକ୍ତାଙ୍କ ସହିତ ଶତାଧିକ ଜନସାଧାରଣ ଓ ମହିଳା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।



