Orisha

କୁଲୁତାଯୋର ପଞ୍ଚାୟତରେ କଂଗ୍ରେସର ଘରେ ଘରେ ହାତ କାର୍ଯ୍ୟକ୍ରମ

 

କଣ୍ଟାମାଳ,ତା: ୫/୧୦:(ପ୍ରଭାତ କୁମାର ସାହୁ) ରାଷ୍ଟ୍ରିୟକଂଗ୍ରେସର ଅଧକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜନସମ୍ପର୍କ ସ୍ଥାପନ ପାଇଁ ଆରମ୍ଭ ହୋଇଥିବା ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ବାର୍ତ୍ତା ପହଞ୍ଚାଇବା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଂଗ୍ରେସ ପକ୍ଷର ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ କୁଲୁତାଯୋର ଗ୍ରାମ ପଞ୍ଚାୟତରେ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ନିତି ଆଦର୍ଶକୁ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ସହ, ବିଜେଡି ଓ ବିଜେପିର ମହାଦୁର୍ନିତି,ଗରିବ ମାରଣ ନିତି ଓ ସମସ୍ତ ସାଧାରଣ ଜନତାଙ୍କୁ କିଭଳି ଭାବେ ଶୋଷଣ କରୁଛନ୍ତି , ସେହି ବାର୍ତ୍ତା ନେଇ ସଚେତନ କରାଯାଇଥିଲା।ବ୍ଲକ୍ କଂଗ୍ରେସ ଉପସଭାପତି ଗୋପ ରଣାଙ୍କ ନେତୃତ୍ବରେ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସହ ବହୁ କଂଗ୍ରେସକର୍ମୀ ସାମିଲ ହୋଇ କୁଲୁତାଯୋର,ଛପରା, ଗିଧାମାଳ, ଟପର୍ଣ୍ଣା, ଫାସେଡ଼, ବରପଦର,କେଉଟିପାଲି, ଦେଭଳି,ନୁଆପାଲି ଆଦି ଗ୍ରାମ ବୁଲି ଶେଷରେ କୁଲୁତାଯୋର ଖେଳ ପଡ଼ିଆରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ଵରେ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବକିଶୋର ମିଶ୍ର,ଏଆଇସିସି ସଦସ୍ୟ ବିସ୍ମୟ ମହାପାତ୍ର ବ୍ଲକ ସଭାପତି ସୁଶାନ୍ତ ମଲିକ, ଉପସଭାପତି ଗୋପ ରଣା, ମଦନ ହରିପାଲ, ଚୈତନ୍ୟ ରଣା, ବରିଷ୍ଠ ନେତା ଉଚ୍ଛେଇ ବାରିକ, ବ୍ଳକ ସଂପାଦକ ଉଗ୍ରସେନ ପଟ୍ଟନାୟକ ଉପସ୍ଥିତ ରହି ୨୩ ବର୍ଷର ବିଜେଡି ଶାସନ ଓ ୧୦ ବର୍ଷର ବିଜେପି କେନ୍ଦ୍ର ସରକାରଙ୍କ ଉପରେ ଭିଷଣ ଗର୍ଜିଥିଲେ ଓ ରାହୁଲ ଗାନ୍ଧିଙ୍କ ନେତୃତ୍ଵରେ ଏଥିର କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଥିଲେ। ସଭାରେ ବିଶ୍ଵାମିତ୍ର ପାଢ଼ୀ, ନିତ୍ୟାନନ୍ଦ କର୍ମୀ, ସୁନାଧର ପୁଟେଲ, ସୁରେନ୍ଦ୍ର ରଣା ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଶେଷରେ କେଶବ କ୍ଷେତି ଧନ୍ୟବାଦ ଦେଇଥିଲେ।

କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button