Orisha
ଫସଲ ବିବିଧିକରଣ ପାଇଁ କୃଷକ ସଚେତନତା ଶିବିର।


ବୌଦ୍ଧ-୪–୧୦(ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଉଁଶୁଣି ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ବୃହତ ଉଠାଜଳସେଚନ ଅଞ୍ଚଳରେ ଫସଲ ବିବିଧିକରଣ ନିମନ୍ତେ ଏକ କୃଷକ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ବାଉଁଶୁଣି କୃଷି ଅଧୀଦର୍ଶକ ଏକାଦଶୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସହକାରୀ କୃଷି ଅଧିକାରୀ ବୈଜୟନ୍ତୀ ପ୍ରଧାନ ଓ କୃଷି ଅଧୀଦର୍ଶକ ପ୍ରଦ୍ୟୁମ୍ନ ମହାପାତ୍ର କୃଷି ବିଶେଷଜ୍ଞ ଭାବେ ଯୋଗ ଦେଇ ଆଟ ଓ ମଧ୍ୟମ କିସମ ଜମିରେ ଅଧିକ ଲାଭ ପାଇଁ ଧାନ ଚାଷ ବଦଳରେ ଅଣ ଧାନ ଚାଷ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା ସହ ସେନେଇ ତାଲିମ ପ୍ରଦାନ କରିଥିଲେ। ଶିବିରରେ ବାଉଁଶୁଣି ପଞ୍ଚାୟତରୁ ବହୁ ସଂଖ୍ୟକ ଚାଷୀ ଯୋଗ ଦେଇଥିଲେ। କୃଷକ ସାଥି ଅଭିଷେକ ଦଳାଇ ଓ ବିମ୍ବାଧର ସାହୁ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।



