ଗଞ୍ଜେଇ ସହ ବାଇକ୍ ଜବତ , ୩ ଗିରଫ,


କଣ୍ଟାମାଳ, ତା’୦୪|୧୦( ପ୍ରଭାତ କୁମାର ସାହୁୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପକ୍ଷରୁ ଚଢାଉ କରାଯାଇ ୧୦ କେଜି ଗଞ୍ଜେଇ ସହ ବାଇକ୍ ଜବତ କରିଥିବା ବେଳେ ୩ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଥିବା ଜଣା ପଡ଼ିଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦ୍ଦେଶରେ କଣ୍ଟାମାଳ ଥାନା ପୋଲିସ ପୁରୁଣାପାଣି ଗ୍ରାମ ରାସ୍ତାରେ ଚଢ଼ାଉ କରିଥିଲେ | ଏକ ଟିଭିଏସ ଆପାଚି ବାଇକ୍ (ଓଡ଼ି ୩୧ ଏଫ୍ ୯୫୨୭) ରେ ୩ ଜଣ ବ୍ୟକ୍ତି କିଛି ଜିନିଷ ଧରି ଆସୁଥିବା ବେଳେ ପୋଲିସ କର୍ମଚାରୀ ତାଙ୍କୁ ଦେଖି ସନ୍ଦେହରେ ବାଇକକୁ ଅଟକାଇ ଥିଲେ | ତଦନ୍ତପରେ ପୋଲିସ୍ କର୍ମଚାରୀମାନେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିବା ବେଳେ ଘଟଣା ସ୍ଥଳରୁ ଗଞ୍ଜେଇ ବସ୍ତା ସହ ବାଇକ୍ ଜବତ୍ କରିଥିବା ବେଳେ ୩ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଥିବା ଜଣା ପଡ଼ିଛି | ଗିରଫ ମାଫିଆମାନେ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ବାଘଡୁଙ୍ଗୁରି ଗ୍ରାମର ସାଗର ଝାଙ୍କର(୨୫), ବାଉପଙ୍ଗାର ନଟୁ କହଁର (୫୨) ଓ ନାଗପୁରର ସଚିନ ଉମାଶଙ୍କର ସାହୁ(୨୭) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ଅଭିଯୁକ୍ତ ମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି | ଜବତ ଗଞ୍ଜେଇ କାର୍ଯ୍ୟାଳୟକୁ ଆଣି ମାଜିଷ୍ଟେଟଙ୍କ ସାମାନାରେ ଓଜନ କଲା ପରେ ୧୦କେଜି ହୋଇଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି | ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ୧୬୦/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଗିରଫ ଗଞ୍ଜେଇ ମାଫିଆ ୩ଜଣକୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି|
କଣ୍ଟାମାଳ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



