ଚଣ୍ଡିଗଡ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ l


ବୌଦ୍ଧ -02/10:-(ହୃଦାନନ୍ଦ ମେହେର )- ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅଧିନସ୍ଥ ଚଣ୍ଡିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି l ବିଦ୍ୟାଳୟର ସମସ୍ତ ଛାତ୍ର /ଛାତ୍ରୀ ଓ ଶିକ୍ଷକ /ଶିକ୍ଷୟିତ୍ରୀ ଉଭୟ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫୋଟ ଚିତ୍ରରେ ପୁଷ୍ପ ଦେଇ ପୂଜନ କରିବା ପରେ ବରିଷ୍ଠ ଶିକ୍ଷକ ରାଜକୁମାର ପ୍ରଧାନ ଓ ଗୋପାଳ ଅମାତ ଙ୍କ ସହିତ ଛାତ୍ର /ଛାତ୍ରୀ ଶୁଭଶ୍ରୀ ଦେହୁରୀ, ସୋନାଲିକା ସର୍ଦ୍ଦାର ସିଂ, ଅଙ୍କିତା ବେହେରା, ସନ୍ତୋଷିନୀ ପ୍ରଧାନ, ସାଗରୀକା ଗାଇଗାଉରିଆ, ସବ୍ୟସାଚୀ ଦେହୁରୀ, ସଚିନ ଧଳ, ଶ୍ରୀରାମ ଆଠଜୁଆଳି,ଶିବାନୀ ପ୍ରଧାନ, ବବଲୀ ଧଳ, ଭାଗ୍ୟଶ୍ରୀ ଦେହୁରୀ, ଜ୍ୟୋତିର୍ମୟୀ ମହାକୁଳ, ଆରାଧ୍ୟା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ l ଚରିତ୍ର ଗଠନ, ଅସ୍ପୃଶ୍ୟତା ନିବାରଣ, ସମୟାନୁବର୍ତ୍ତୀ ତଥା ସ୍ଵଚ୍ଛତା ପାଳନ କରିବାକୁ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଧାନ ଛାତ୍ର /ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଶିକ୍ଷକ ଗୋପାଳ ଅମାତ ଧନ୍ୟବାଦ ଦେଇଥିଲେ l
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



