Politics

ବୌଦ୍ଧ ଜିଲ୍ଲା କଂଗ୍ରେସର ହାତ ସେ ହାତ ଯୋଡୋ କାର୍ଯ୍ୟକ୍ରମ

 

ସ୍ଥାନ:- ବୌଦ୍ଧ ତାରିଖ:-୦୧/୦୩/୨୩ (ବୁଧବାର)

ବୌଦ୍ଧ :- 01/03/23 – ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡିଶା ପ୍ରଦେଶ କଂଗ୍ରେସ ଏବଂ ବୌଦ୍ଧ ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କ କାର୍ଯ୍ୟାଳୟ ତରଫରୁ ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ହରଭଙ୍ଗା ବ୍ଲକର ୭ ନମ୍ବର ଜୋନ ଅନ୍ତର୍ଗତ “ରାଧା ନଗର “ଗ୍ରାମପଞ୍ଚାୟତରେ କଂଗ୍ରେସ ଦଳ ଦ୍ୱାରା ସାରା ଭାରତରେ ଜାରି ରହିଥିବା *ହାତ ସେ ହାତ ଜୋଡୋ* କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଧାନଗର ଗ୍ରାମ ପଞ୍ଚାୟତ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବୁଦ୍ଧଦେବ ପ୍ରଧାନ ଏବଂ ଜୋନ ସଂଯୋଜକ ଶ୍ରୀଯୁକ୍ତ ରୋହିତାଶ୍ଵ ବେହେରାଙ୍କ ପ୍ରତକ୍ଷ ତତ୍ୱାବଧାନରେ *ହାତ ସେ ହାତ ଜୋଡୋ କାର୍ଯ୍ୟକ୍ରମ* ସମ୍ପନ୍ନ ହୋଇଥିଲା |

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ତରଫରୁ ମୁଖ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ଶାନ୍ତନୁ କୁମାର ମହାପାତ୍ର, ଉପ ସଭାପତି ଶ୍ରୀଯୁକ୍ତ ସମରେଶ ମିଶ୍ରଙ୍କ ସହ ଜିଲ୍ଲା RGPRS ସଭାପତି ଶ୍ରୀଯୁକ୍ତ ସମରେନ୍ଦ୍ର ମହାକୁଳ ବୌଦ୍ଧ ବ୍ଲକ RGPRS ସଭାପତି ଶ୍ରୀଯୁକ୍ତ ଜୟନ୍ତ ପାଣିଗ୍ରାହୀ ଜିଲ୍ଲା କଂଗ୍ରେସ ସମ୍ପାଦକ ଶ୍ରୀଯୁକ୍ତ ଅର୍ଜୁନ ମହାନନ୍ଦିଆ ଶ୍ରୀଯୁକ୍ତ ଗୋପାଳ ବାଘ, ଶ୍ରୀଯୁକ୍ତ ଝରିଆ ସାହୁ, ଶ୍ରୀଯୁକ୍ତ ଅଭିଳାଷ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଥିଲେ |

ଆଜିର ଏହି କାର୍ଯ୍ୟକ୍ରମରେ ରାଧା ନଗର ଗ୍ରାମପଞ୍ଚାୟତର ବଡ଼ ବାଗବାର, ଚନ୍ଦନ ନଗର, ଲାଣ୍ଡିବନ୍ଧ, ଗାନ୍ଧିଗ୍ରାମ,ରାଧାନଗର ଗ୍ରାମର ବିଭିନ୍ନ ପୁରାତନ ବ୍ୟକ୍ତିବିଶେଷଙ୍କ ସହ ନୂତନ ଯୁବ ଗୋଷ୍ଠୀ ମାନଙ୍କ ସହ ଦଳର ନିତୀ ଆଦର୍ଶ ସମ୍ପର୍କରେ ଆଲୋଚନା କରା ଯାଇଥିଲା |

ବୌଦ୍ଧରୁ ସମର୍ଥ News ପ୍ରତିନିଧି :-ପ୍ରଦୀପ କୁମାର ମହାନନ୍ଦ

Related Articles

Back to top button