Crime
ଢେଙ୍କାନାଳ ଆନନ୍ଦ ବଜାରରେ ହୋଇଥିବା ୧ ଲକ୍ଷ ଟଙ୍କା ଲୁଟକୁ ଉଦ୍ଧାର କଲା ଟାଉନ୍ ଥାନା ପୋଲିସ ଅଭିଯୁକ୍ତ ଗିରଫ…


ଢେଙ୍କାନାଳ ତା ୨୨.୦୨.୨୦୨୩
ଟାଉନ ଥାନାକୁ ମିଳିଛି ବଡ ସଫଳତା . ତେବେ ଟାଉନ ଥାନା ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚରୁ ଟଙ୍କା ଉଠାଇ ଗତ ୧୬ ତାରିଖ ଦିନ ସ୍ୱାମି ଓ ସ୍ତ୍ରୀ ଘରକୁ ଫେରୁଥିବା ବେଳେ ବାଇକ ରେ ଆସି ଲୁଟି ନେଇଥିଲେ ୨ ଜଣ ଦୁର୍ବୁତ୍ତ .ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗଞ୍ଜାମ ଜିଲ୍ଲା ର ପାକଲା ପାଲି ଗ୍ରାମ ରୁ ସୁରେଶ ଦାସ କୁ ଗିରଫ କରିବା ସହ ତା ଠାରୁ ୧ ଲକ୍ଷ ଟଙ୍କା ଜବତ କରିଛି ଟାଉନ ଥାନା ପୋଲିସ । ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନରଜନ ମହାପାତ୍ର । ଏହି ୧ ଲକ୍ଷ ଟଙ୍କା କୁ ସେ କାରିଗରୀ ସାହୀର ସୁନଦା ରାଉତ କୁ ପ୍ରଦାନ କରିଛନ୍ତି । ଟଙ୍କା ଫେରି ପାଇଁ ସେ ପୋଲିସ କୁ ମାନ୍ୟବାଦ ଦେବା ସହିତ ବହୁତ ଖୁସି ହୋଇଛନ୍ତି । ଏହା ସହିତ ଅନ୍ୟ ଅଭିଯୁକ୍ତ କୁ ଖୋଜିବା ସହିତ ତଦନ୍ତ ଜାରୀ ରହିଛି ବୋଲି SP କହିଛନ୍ତି ।
ଢେଙ୍କାନାଳ ରୁ ସମର୍ଥ News ଙ୍କ ରିପୋର୍ଟ




