ଗାଡ଼ି ସହ ୮୦ ଖଣ୍ଡ ଶାଳ ସାଇଜ ଜବତ, ୩ ଗିରଫ, ବନ ବିଭାଗକୁ ସାବାସୀ ଜଣାଇଲେ ଅଞ୍ଚଳବାସୀ ।

କଣ୍ଟାମାଳ,୧୬।୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ମଲିକୁଦ ଗ୍ରାମ ଗୁରୁଦାପଡା ଛକ ନିକଟରୁ ୮୦ ଖଣ୍ଡ ଶାଳ ସାଇଜ ଜବତ୍ କରିବା ସହିତ ୩ ଜଣକୁ ଗିରଫ କରିଛି କଣ୍ଟାମାଳ ବନ ବିଭାଗ l ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଓଡି ୦୩ ଏ ୧୧୨୧ ନମ୍ବର୍ ବିଶିଷ୍ଟ ଏକ ଟାଟା ମ୍ୟାଜିକ ଗାଡ଼ିରେ ୮୦ ଖଣ୍ଡ ଶାଳ ସାଇଜ ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ମଲିକୁଦ ଗ୍ରାମ ଗୁରୁଦାପଡା ଛକ ନିକଟରେ ଅଟକାଇ ଗାଡ଼ି ସହ କାଠକୁ ଜବତ୍ କରିଥିଲା l ଉକ୍ତ ମାମଲାରେ ସମ୍ପୃକ୍ତ ଏକ ବାଇକକୁ ଜବତ୍ କରି ୩ ଜଣଙ୍କୁ ଗିରଫ କରିଥିଲା l ଗିରଫ ବ୍ୟକ୍ତି ମାନେ ହେଲେ ମନମୁଣ୍ଡା ଥାନା ନୂଆପାଲି ଗ୍ରାମର ଅଶୋକ ସାହୁ, ସୋନପୁର ଜିଲ୍ଲା ବାଙ୍କବିଜା ଗ୍ରାମର ତ୍ରିଲୋଚନ ବାଘ ଓ ଗୁଲୁଡ଼ି ଗ୍ରାମର କମ୍ଭୁ କର୍ମୀ ବୋଲି ସୂଚନା ମିଳିଛି l ଶୁକ୍ରବାର ସନ୍ଧ୍ୟାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି l ଉକ୍ତ ଚଢାଉରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କୁ ସାବାସୀ ଜଣାଇଲେ ଅଞ୍ଚଳ ବାସୀ । ଏପରି କାର୍ଯ୍ୟ ଜାରି ରହିଲେ ବଣଜଙ୍ଗଲ ସୁରକ୍ଷା ରହିବେ ବୋଲି ପରିବେଶ ପ୍ରେମୀ ମତ ଦେଇଛନ୍ତି। ଚଢାଉରେ ମଲିକୁଦ୍ ବିଟ ଭାରପ୍ରାପ୍ତ ବନପାଳ ବୁଲି ବେହେରା, ସ୍କ୍ୱାଡ କର୍ମଚାରୀ ରଶ୍ମୀ ରଞ୍ଜନ ବେହେରା, ଅକ୍ଷୟ ଗାଈଗୋଉରିଆ ଓ ଅନ୍ୟମାନେ ସାମିଲ୍ ଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ