Crime

ଉମରକୋଟ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା।

ଦୁଇ ବାଇକ୍ ଚୋର ଗିରଫ।
ଉମରକୋଟ -୧୮-୦୨-୨୩–ଉମରକୋଟ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ହେଇଥିବା ବାଇକ ଓ ମୋବାଇଲ କୁ ଉଦ୍ଧାର କରିଛି। ସୂଚନା ଅନୁସାରେ ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖୁଟୁଗୁଡା ଗ୍ରାମ ର ବିନୟ ମାଲକା ଙ୍କ ଘରେ ଗତ ୨୮/୧/୨୩ ରିଖ ଦିନ ଚୋରି ହେଇଥିଲା। ବାଇକ, ଗୋଟିଏ ମୋବାଇଲ ଫୋନ ସହ ୧୭୦୦୦/ ନଗଦ ଟଙ୍କା ଚୋରି ହୋଇଥିଲା ଏ ନେଇ ବିନୟ ଉମରକୋଟ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଘଟଣା ର ତଦନ୍ତ ଭାର ପୁଲିସ ସବ ଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ନେଇ ତଦନ୍ତ ଆରମ୍ଭ କରିଥିଲେ। ଆଜି କୌଣସି ସୂତ୍ର ରୁ ଖବର ପାଇଁ ଉମରକୋଟ ପୁଲିସ ପାପଡ଼ାହାଣ୍ଡି ରୁ ଶ୍ରବଣ ହରିଜନ ଓ ଧନଞ୍ଜୟ ସତନାମୀ ଙ୍କୁ ଗିରଫ କରି ଆଇପିସି ଧାରା ୪୫୭/୩୮୦ ରେ ମୋକଦ୍ଦମା ରୁଜ୍ଜୁ କରି ଦୁହେଁ ଙ୍କୁ କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ଚୋରି ହୋଇଥିବା ବାଇକ ଓ ଏକ ମୋବାଇଲ ଫୋନ ଜବତ କରିଛି। ଶ୍ରବଣ ଙ୍କ ନାମ ରେ ଆଗରୁ ପାପଡାହାଣ୍ଡି ଥାନା ରେ ଏକ ଚୋରି ଅଭିଯୋଗ ରହିଛି ବୋଲି ସନ୍ତୋଷ କୁମାର ମାଝୀ ସୂଚନା ଦେଇଛନ୍ତି।

ନବରଙ୍ଗପୁର ରୁ ଜିତେନ୍ଦ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ସମର୍ଥ News

Related Articles

Back to top button