ସୃଷ୍ଟି ହେଲା ଗଭୀର ଅବପାତ; ୨୪ ଘଣ୍ଟାରେ ବାତ୍ୟା ଲ


ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ଅବପାତ । ଗତ ୬ ଘଣ୍ଟାଧରି ଘଣ୍ଟାପ୍ରତି ୧୦କିମି ବେଗରେ ଗତିକରୁଛି । ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା । ବର୍ତ୍ତମାନ ଗଭୀର ଅବପାତଟି ଗୋପାଳପୁରଠାରୁ ୯୫୦କିମି ଏବଂ କାକିନାଡ଼ାଠାରୁ ୮୪୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି l
ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ମୋନ୍ଥା। ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଏହା ଆନ୍ଧ୍ର ଉପକୂଳର କାକିନାଡ଼ାର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ଛୁଇଁପାରେ ସ୍ଥଳଭାଗ।
ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ 90ରୁ 100 କିଲୋମିଟର ବେଗରେ ପବନ ବହିବ। ଝଟକା ପବନ ଘଣ୍ଟା ପ୍ରତି 110 କିଲୋମିଟର ଛୁଇଁପାରେ ।
• ସୃଷ୍ଟି ହେଲା ଗଭୀର ଅବପାତ
• ଗଭୀର ଅବପାତରେ ପରିଣତ ହେଲା ଅବପାତ
• ୬ ଘଣ୍ଟାଧରି ଘଣ୍ଟାପ୍ରତି ୧୦କିମି ବେଗରେ ଗତିକରୁଛି
• ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା
• ଗୋପାଳପୁରଠାରୁ ୯୫୦କିମି ଦୂରରେ ଗଭୀର ଅବପାତ
• କାକିନାଡ଼ାଠାରୁ ୮୪୦କିମି ଦୂରରେ କେନ୍ଦ୍ରୀଭୂତ
• ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ
• ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ୍




