Breaking News

ନୂଆପଡ଼ା ଜିଲ୍ଲା ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ 

 

ନୂଆପଡ଼ା ଜିଲ୍ଲା ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି ଏହି ସମାବେଶ ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ସୁଭାତ୍ରା ମାଁ ଙ୍କୁ ଆହ୍ବାନ କରିଥଲେ। ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମହାସମୁନ ସାଂସଦ ରୂପ କୁମାର ଚୌଧୁରୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବହୁ ମହିଳା ନେତ୍ରୀ ଯୋଗ ଦେଇଥିଲେ।ନୂଆପଡ଼ା ଜିଲ୍ଲା ରେ ବିକାଶ ନକ୍ସା ପରିବର୍ତ୍ତନ ହୋଇଅଛି। ଘରେ ଘରେ ସୁଭଦ୍ରା ପହଞ୍ଚିବା ସହ ନୂଆପଡ଼ା ର ଘରେ ଘରେ ବିକାଶ ପହଞ୍ଚିବ। ବିଜେପିର ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରିବା ସୁନିଶ୍ଚିତ କହିବା ସହ ବାପ ଛେଉଣ୍ଡ ପୁଅ କୁ ସୁଭଦ୍ରା ମାଁ ଏବଂ ତାଙ୍କ ପରିବାର ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ଏହି ସୁଭଦ୍ରା ଶକ୍ତି ସମାବେଶ ରେ ହଜାର ହଜାର ସଂଖ୍ୟକ ମହିଳା ମାନେ ସାମିଲ ହୋଇ ଥିଲେ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Related Articles

Back to top button