ପାତାଳଗଙ୍ଗା ମହୋତ୍ସବ ପାଇଁ ଏକ ବୈଠକ


ନୂଆପଡ଼ା ଜିଲ୍ଲା ବୋଡ଼େନ ଠାରେ ଆଗାମୀ ଜାନୁଆରୀ ମାସରେ ପାତାଳ ଗଙ୍ଗା ମହୋତ୍ସବ କରିବା ପାଇଁ ଆଜି ହେମ ଧର ମାଝୀଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜୁ ହେର୍ଣା, ଯତିରାଜ ଦଣ୍ଡସେନା,ବେଣୁଧର ଜଗତ,ଗରୁଡ଼ ଧ୍ଵଜ ଦଣ୍ଡସେନାଙ୍କ ସମେତ ବୋଡ଼େନର କିଛି ଯୁବକ ଅଂଶ ଗ୍ରହଣ କରିଥିଲେ । ଚଳିତ ନୂଆପଡ଼ା ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଠକରେ ମହୋତ୍ସବ ପାଇଁ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣ କରାଗଲା କି ନିର୍ବାଚନ ପରେ ବିଧାୟକ,ଜିଲ୍ଲାପରିଷଦ ମେମ୍ବର,ବ୍ଲକ ଅଧ୍ୟକ୍ଷା, ବି ଡି ଓ,ତହସିଲଦାର,ଆଇ ଆଇ ସି, ସରପଂଚ,ସମିତି ମେମ୍ବର ତଥା ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ, ଲୋକ ପ୍ରତିନିଧି, ବୁଦ୍ଧିଜୀବୀ,ସ୍ଥାନୀୟ ସରକାରୀ କର୍ମଚାରୀ,ବିଭିନ୍ନ ସରକାରୀ କର୍ମଚାରୀଙ୍କ ସଂଗଠନ ,ବିଭିନ୍ନ ସଙ୍ଗଠନର ନେତ୍ରୁବର୍ଗ,ସମାଜ ସେବୀ,ବ୍ୟବସାୟିକ ସଂଗଠନ ମୁଖ୍ୟ,ଠିକାଦାର,କଳାକାର ସଂଘ,ସମସ୍ତ ସାମ୍ବାଦିକ, ହିତାକାଂକ୍ଷୀ, ଯୁବପିଢ଼ି ସହିତ ପୁନର୍ବାର ବୈଠକ ବସି ପ୍ରତ୍ୟେକ ବିଷୟରେ ଆଲୋଚନା ଓ ଯୋଜନା କରାଯିବ ।ମୁଖ୍ୟତଃ ଏହି ମହୋତ୍ସବ ରେ ସ୍ଥାନୀୟ କଳାକାର ଆମରି ଲୋକ ନୃତ୍ୟକୁ ପରିବେଷଣ କରି ପାରିବେ ,ଲୁକ୍କାୟିତ ହୋଇ ରହି ଯାଇଥିବା ପ୍ରତିଭା ଗୁଡ଼ିକ ଲୋକ ଲୋଚନକୁ ଆସିପାରିବ ।ଆଜି ରାଜୁ ହେର୍ଣ୍ଣା ବୈଠକ ମାଧ୍ୟମରେ ସାମୁହିକ ଆଲୋଚନାକୁ ଦୃଷ୍ଟିରେ ଉପରୋକ୍ତ ସମସ୍ତଙ୍କ ସହଯୋଗରେ ମହୋତ୍ସବ ହୋଇପାରିବ ତେଣୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ




