ନୁଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ l ୭୩ଲକ୍ଷ ୧୪ ହଜାର ୧୪୨ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୫ ବାଇକ୍ ଓ ଏବଂ ଏକ ଚାରିଚକିଆ ଯାନ ଜବତ l


ନୂଆପଡା, ତା ୨୬ /୧୦/୨୦୨୫
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି l ଗତ ୨୫ ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୭୦ ଲି ହାତ ରନ୍ଧା ମଦ, , ୨୨୦୦ କେଜି ମହୁଲ ପୋଚ ଏବଂ ୨୨ କେଜି ଗଞ୍ଜା ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୩ ଲକ୍ଷ ୪୪ ହଜାର ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୬୯ଲି ବିଅର୍, ୩୮ଲି ବିଦେଶୀ ମଦ, ୪୨୪୦ ଲି ହାତ ରନ୍ଧା ମଦ,୧୦୬୨ ଲି ବାହାର ଭାଟି ମଦ ,୨୬ କେଜି ଗଞ୍ଜେଇ ଏବଂ ୧୦୦୬୦୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୭୩ ଲକ୍ଷ ୧୪ ହଜାର ୧୪୨ ଟଙ୍କା ହେବ l ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ୧୩୫ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୮୩ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି l
ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l




