Breaking News

ବୌଦ୍ଧରେ ଅଭିନନ୍ଦନ ଟ୍ରଷ୍ଟର କର୍ମଶାଳା ଅନୁଷ୍ଠିତ l 

ବୌଦ୍ଧ (ଚିତ୍ତରଞ୍ଜନ ସିଂହ)

ବୌଦ୍ଧ ସହର ସ୍ଥିତ ହୋଟେଲ ପାରିଜାତ ପାଲେସ ସମ୍ବିଳନୀ କକ୍ଷ ଠାରେ ପଂଚାୟତ ଓ ୱାର୍ଡ ସଂଯୋଜକ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ରାଜ୍ୟ ପ୍ରଭାରୀ ହେମନ୍ତ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିନନ୍ଦନ ଟ୍ରଷ୍ଟ ଯେଉଁ ଲୋକ ହିତକର କାର୍ଯ୍ୟ କରୁଛି ଓ ସଂଯୋଜକ ମାନଙ୍କ ଦାୟିତ୍ୱ,କର୍ତ୍ତବ୍ୟ ଓ ଲାଭବାନ କେମିତି ହେବେ ଉପସ୍ଥାପନା କରିଥିଲେ l ଜିଲ୍ଲା ସଂଯୋଜକ ଭାବେ ବିକାଶ ସାହୁ, ବୌଦ୍ଧ ବ୍ଲକ ସଂଯୋଜକ ଜଗବନ୍ଧୁ ଦାସ ଓ ଧନେଶ୍ୱର ଝଙ୍କାର,କଣ୍ଟାମାଳ ବ୍ଲକ ସଂଯୋଜକ ଜଗବନ୍ଧୁ ସୁନା, ହରଭଙ୍ଗା ବ୍ଲକ ସଂଯୋଜକ ମାନସ ରଣା ମଞ୍ଚାସିନ ଥିଲେ l ବୌଦ୍ଧ ଜିଲ୍ଲା ର ବିଭିନ୍ନ ପଂଚାୟତ ଓ ୱାର୍ଡରୁ ସଂଯୋଜକ ମାନେ ଯୋଗ ଦେଇ ତାଲିମ ନେଇଥିଲେ l ଟ୍ରଷ୍ଟ ମାଧ୍ୟମରେ 12ଗୋଟି ଯୋଜନା କାର୍ଯ୍ୟକାରୀ ହେଉଛି l ତା ମଧ୍ୟରୁ ବାହାନ ଯୋଜନାରେ 40ପ୍ରତିଶତ ପର୍ଯ୍ୟନ୍ତ ରିହାତି ଥିବାରୁ ଅନେକ ଗ୍ରାହକ ଆକର୍ଷିତ ହୋଇ ଦୁଇ ଚକିଆ ଯାନ କ୍ରୟ କରି ଖୁସି ବ୍ୟକ୍ତ କରିଥିଲେ l ଜିଲ୍ଲାରେ ପ୍ରତ୍ୟେକ ପଂଚାୟତ ସଂଯୋଜକ ଓ ୱାର୍ଡରେ ସଂଯୋଜିକା ମାନଙ୍କୁ ନିଯୁକ୍ତି ପ୍ରଦାନ କରି ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଟ୍ରଷ୍ଟ ପ୍ରତିଶୃତି ବଦ୍ଧ ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ମେହେର ଉଦବୋଧନ ଦେଇଥିଲେ l ବିଭିନ୍ନ ଯୋଜନା ମଧ୍ୟରେ ଶିକ୍ଷ୍ୟା ଯୋଜନା,ବୃଦ୍ଧ ସେବା ଯୋଜନା, କନ୍ୟା ଉପହାର ଯୋଜନା,ସୁକନ୍ୟା ଯୋଜନା,ଲୋନ ମୁକ୍ତି ଯୋଜନା, ଆବାସ ଯୋଜନା,ବାହନ ଯୋଜନା, ସପିଙ୍ଗ ମାର୍ଟ ଯୋଜନା, ହେଲଥ ଚେକଅପ ଯୋଜନା, ରେଷ୍ଟୁରାଣ୍ଟ ଯୋଜନା, ଆୟୁର୍ବେଦ ଯୋଜନା ଓ ଆପତକାଳୀନ ଯୋଜନା ଅନ୍ତର୍ଭୁକ୍ତ ଅଟେ l ବୌଦ୍ଧ ଜିଲ୍ଲାରେ 600ଜଣରୁ ଅଧିକ ପୁରୁଷ ଓ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରି ଜନସାଧାରଣଙ୍କୁ ସେବା ପ୍ରଦାନ ସହିତ ଜୀବନ ଜୀବିକାରୁ ଲାଭବାନ ହୋଇ ପାରିବେ ବୋଲି କହିଥିଲେ l ଶେଷରେ ଟ୍ରଷ୍ଟର ପଂଚାୟତ ଓ ୱାର୍ଡ ସଂଯୋଜକ ମାନେ ଉଲେଖନିୟ କାର୍ଯ୍ୟ ନିମନ୍ତେ ସଂମ୍ମାନୀତ କରାଯାଇଥିଲା l

Related Articles

Back to top button