Breaking News

ଘଣ୍ଟାପଡ଼ାର ମା’ ସମଲେଶ୍ଵରୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ । ଘଣ୍ଟାପଡ଼ା ଏସ୍‌ଏସ୍‌ ସ୍ଫୋର୍ଟିଙ୍ଗ ଚମ୍ପିଆନ

କଣ୍ଟାମାଳ, ୨୬/୧୦/୨୫:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ସମଲେଶ୍ଵରୀ ସ୍ଫୋଟିଙ୍ଗ ଓ ସମଲେଶ୍ଵରୀ ୟୁଥ କ୍ଲ୍କକ୍ ଦ୍ଵାରା ଆୟୋଜିତ ମା’ ସମଲେଶ୍ଵରୀ ଫୁଟବଲ ଟୁର୍ନାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି। ବାଲିଖମାର ଦଳ କୁ ହରାଇ ଘଣ୍ଟାପଡ଼ା ଚମ୍ପିଆନ ହୋଇଛି।ପୂର୍ବରୁ ସେମି ଫାଇନାଲକୁ ଉନ୍ନିତ ହୋଇଥିବା ଗ୍ରୁପ୍ ଏରୁ ଘଣ୍ଟାପଡ଼ା ଓ ମାତାକୁପା ମଧ୍ୟରେ ହୋଇଥିବା ଖେଳରେ ଘଣ୍ଟାପଡ଼ାଦଳ ୩-୦ ଗୋଲରେ ପରାସ୍ତ କରି ଫାଇନାଲ ପ୍ରବେଶ କରିଥିଲା। ସେହିପରି ଗୁପ ବିରୁ ବାଲିଖମାର ଓ ନିମନା ଦଳମଧ୍ୟରେ ହୋଇଥିଲା। ସେଥିରେ ୨-୦ ବାଲିଖମାର ବିଜୟୀ ହୋଇ ଘଣ୍ଟାପଡ଼ା ସହିତ ଖେଳିଥିଲା। ଫାଇନାଲରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ନପାରିବାରୁ ଟ୍ରାଇବ୍ରେକର ମାଧ୍ୟମରେ ୩-୨ ଗୋଲରେ ଘଣ୍ଟାପଡ଼ାଦଳ ବିଜୟୀ ହୋଇ ଚମ୍ପିଆନ ଆଖ୍ୟା ଅର୍ଜନକରିଛି। ଉକ୍ତ ଟୁର୍ନାମେଣ୍ଟରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ କଣ୍ଟାମାଳର ପୂର୍ବ ବିଧାୟକ ମହିଧର ରଣା, ବୌଦ୍ଧ ଜିଲ୍ଲା ଶିକ୍ଷକ ସଂଘ ସଭାପତି ନିଳାଚଳ ଭୋଇ, ଆଇନଜୀବୀ ମନୋଜ ଶର୍ମ ,ଅବସରପ୍ରାପ୍ତ ଶିକ୍ଷକ ମନ୍ଦର ଧର ବେହେରା, ଶ୍ରୀପତୀ ମଲିକ, ଅଜିତ ସାହୁ, ନବିନ କିଶୋର ମେଣ୍ଡିଲି, ପ୍ରତାପ ରଣା, ଆଦିତ୍ୟ ଧରୁଆ, କାଳିଆ କହଁର,ହାଡୁ ମାଝୀ, ଦିବାକର ମିଶ୍ର,ପଞ୍ଚାନନ କହଁର, ମାାନୁ ରଣା, ଚକା ମାଲିକ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ସଂଜୀବ ସାହୁ ଖେଳ ପରିଚାଳନା କରିଥିବା ସ୍ଥଳେ ବିରେନ୍ଦ୍ର ଦେହୁରୀ ଓ ଅଗସ୍ତୀ ମଲିକ ଧାରା ବିବରଣୀ ପ୍ରଦାନ କରିଥିଲେ। ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button