Breaking News

ବାଲିପଦର ଧର୍ମ ସମ୍ମିଳନୀ  ସତସଙ୍ଗ ଦ୍ୱାରା ଭଗବତ କୃପା ପ୍ରାପ୍ତି !!

+ବୁଗୁଡ଼ା:: — ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ନିମନ୍ତେ ଯେଉଁ ସତ୍ୟ ଚିରନ୍ତନ ସମଗ୍ର ମହା ଜଗତିକ ! ଯେଉଁଠି ସେହି ବିଶାଳ ବିଶ୍ୱର ଅକିଞ୍ଚନ ମାନବ ଖୋଜି ବୁଲେ,ସତ୍ୟର ସତ୍ୟର ସନ୍ଧାନ ! ଦିବ୍ୟ ଜ୍ଞ୍ୟାନ ପ୍ରାପ୍ତି ସମସ୍ତ ଧର୍ମ, କର୍ମ, ବିଶ୍ୱାସ ଓ ଦର୍ଶନ ପାଈଁ ଯେଉଁ ସତ୍ୟ ଶାଶ୍ୱତ ଚିରନ୍ତନ ଓ ମୁକ୍ତି ର ମାର୍ଗ !ସେହି ମାର୍ଗ ର ଏକମାତ୍ର ପଥ ହେଉଛି ସାଧୁ ସତସଙ୍ଗ !ଯାହା ଦ୍ୱାରା ଭଗବତ ପ୍ରାପ୍ତି ହୂଏ ବୋଲି ଧର୍ମ ସମ୍ମିଳନୀ ର ପ୍ରବଚକ ମତ ପୋଷଣ କରିଛନ୍ତି !ବାଲିପଦର ଧର୍ମ ଜାଗରଣ ସମିତି ଆନୁକୂଲ୍ୟରେ ଦ୍ଵାବିଂଶ ଧର୍ମ ସମ୍ମିଳନୀ କୁମୁଟି ସାହି ସ୍ତିସ୍ତ ପେଣ୍ଠ ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି l ନିମନ୍ତ୍ରିତ ପ୍ରବଚକ ମାନଙ୍କୁ ନେଇ କାଦପଡା ତାନ୍ତୁବାୟ ସହଯୋଗ ସମିତି ଗୃହ ଠାରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ପେଣ୍ଠ ଘର ଠାରେ ପହଂଚିଥିଲା l ବିଶ୍ୱନାଥ ରଣା ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ଧର୍ମ ସମ୍ମିଳନୀ ରେ ବ୍ରହ୍ମା କୁମାରୀ ସୌଦାମିନୀ ( ଓମ ଶାନ୍ତି ), ପାଣ୍ଡଵ ଗୌଡ଼ ( ଗାୟତ୍ରୀ ପରିବାର ), ଗୋବିନ୍ଦ ନାହାକ ( ସନାତନ ଧର୍ମ ), ଆର. ଅଭିମନ୍ୟୁ ( ସନ୍ଥ ନିରଙ୍କରି ), ଡ଼ା. ଅଶୋକ କୁମାର ସାହୁ ( ଠାକୁର ଅନୁକୂଳ ଚନ୍ଦ୍ର ) ପ୍ରମୁଖ ପ୍ରବଚକ ମାନେ ନିଜ ନିଜ ସଂସ୍ଥା ର ଜୀବନ ଦର୍ଶନ ଉପରେ ପ୍ରବଚନ ପ୍ରଦାନ କରିଥିଲେ l କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ରଥ ପ୍ରବଚନ ସଭା ର ନୀତି ନିର୍ଧାରଣ କରିବା ସହ ସଭାକୁ ପରିଚାଳନା କରି ଥିଲେ l ସଂପଦକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ବଂଶୀଧର ବିଷୋୟୀ ପ୍ରବଚନ କୁ ସଂଯୋଜନା କରିଥିଲେ l ପରିଚାଳନା ରେ ପ୍ରସନ କୁମାର ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ଜେନା, ମଙ୍ଗୁଳି ପାତ୍ର, ନରସିଂହ ପାତ୍ର, ବିପ୍ର ଚରଣ ପାତ୍ର, ମଧୁସୂଦନ ଭୋଳ, ରାଜେନ୍ଦ୍ର ରାଉତ, ରାଜେନ୍ଦ୍ର ମହାରଣା, ଏବଂ ଧର୍ମରାଜ ପାତ୍ର, ଇ°. ନୀଳାଞ୍ଚଳ ପାତ୍ର, କବିରାଜ ପରିଡା, ପ୍ରମୋଦ କୁମାର ପାଢ଼ୀ, କିଶୋର ଚନ୍ଦ୍ର ପାତ୍ର, ପି. କ୍ରିଷ୍ଣା ରାଓ ଦୋରା, ହରିହର ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଲକ୍ଷ୍ମଣ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଓମ ଶାନ୍ତି କେନ୍ଦ୍ର ଠାରେ ଆନନ୍ଦ ବଜ଼ାର ବ୍ୟବସ୍ଥା ହୋଇଥିଲା !ଏହି ପ୍ରବଚନ ସଭା ରେ ଶତାଧିକ ଭକ୍ତ ମାନଙ୍କର ସମାଗମ ଦେଖିବାକୁ ମିଳିଥିଲା !!

 

ବ୍ୟୁରୋ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button