ପରିବେଶବିତ୍ ମନୋଜ ମହାରଣା ଙ୍କ ହୃଦ ଘାତ ରେ ପରଲୋକ !!


ତିର୍ତ୍ତୋଲ ::-ବୃକ୍ଷ ଲତାକୁ ଭଲ ପାଉଥିବା ମଣିଷଟେ, ନିମିଷକେ ବିଲୀନ ହୋଇଗଲା ପଞ୍ଚଭୂତ ରେ !ନିଜର ବାଡିବଗିଚା ଓ ରାସ୍ତାକଡ଼ରେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ଲଗାଇ, ତାର ରକ୍ଷଣା ବେକ୍ଷଣ ପାଇଁ ଯିଏ ଦିନରାତି ଏକ କରିଦେଉଥିଲା ସେ ଆଜି ଆମ ଗହଣରେ ନାହାନ୍ତି ବୋଲି କହି ଭୋଭୋ ହୋଇ କାନ୍ଦୁଛନ୍ତି ସାହି ପଡିଶାର ଲୋକେ !ଏପରି ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ ପଞ୍ଚାୟତ ର ମୁଳିସିଂହ ସହର ଗ୍ରାମରେ !ଏହି ଗ୍ରାମର ସ୍ବର୍ଗତଃ ବନ ମହାରଣା ଙ୍କ ପୁତ୍ର ଦରଦୀବନ୍ଧୁ ପରିବେଶବିତ ମନୋଜ କୁମାର ମହାରଣା ଙ୍କର ୫୦ ବର୍ଷ ବୟସରେ ହୃଦଘାତ ଜନିତ ପରଲୋକ ହୋଇଯାଇଛି।ଏପରି ପରିସ୍ଥିତିରେ ମନ ନବୁଝିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ, ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ସଦର ମେଡିକାଲ କୁ ନେଇ ଯାଇଥିଲେ ! ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଣେ ମିଷ୍ଟଭାଷୀ ପରୋପକାରୀ, ପରିବେଶ ପ୍ରେମୀ ଓ ନିହାତି ଗରିବଲୋକ ହୋଇଥିବା ବେଳେ, ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ! ଘରେ ତାଙ୍କର ବିଧବା ପତ୍ନୀ ମିନତୀ, ବଡଝିଅ ନିହାରିକା ଓ ସାନଝିଅ ସାଗରିକା, ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ରେ , + ୨ ଓ ବି ଏ ପାସ କରି ଅବିବାହିତ ଭାବରେ ରହିଅଛନ୍ତି। ମୃତ ମନୋଜ ଙ୍କ ଶବ କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ, ମୂଳିସିଂହ ସରପଞ୍ଚ ସଫି ଆଜାମ ଓ ସମିତି ସଭ୍ୟ ରଞ୍ଜନ କୁମାର ସାହୁ ଙ୍କ ସମେତ ଗ୍ରାମବାସୀ ମାନେ ଜଗତସିଂହପୁର ଯାଇ ପ୍ରଚେଷ୍ଟା ଜାରି ରଖିଛନ୍ତି ! ମୃତ ମନୋଜ କୁମାର ମହାରଣା ଙ୍କ ବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ନିବେଦନ କରିଅଛନ୍ତି !!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!




