ନୂଆପଡ଼ା ଉପନିର୍ବାଚନ :ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାୟୀ. ବି. ଖୁରାନିଆ ଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା


ନୂଆପଡ଼ା ଉପନିର୍ବାଚନ ନିକଟବର୍ତ୍ତୀ ହେବା ସହିତ ରାଜ୍ୟ ପୋଲିସ ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ନିର୍ବାଚନ ପରିପେକ୍ଷିରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଶ୍ରୀ ଖୁରାନିଆ ନୂଆପଡ଼ା ଜିଲ୍ଲାକୁ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ଖତିଆନ ନେଲେ।
ସେ ଜିଲ୍ଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଓ ଉଚ୍ଚ ଅଧିକାରୀମାନଙ୍କ ସହ ବିଶେଷ ସମୀକ୍ଷା ବୈଠକ କରି ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିଛନ୍ତି। ସେହିସହିତ, ମାଓପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଯାଞ୍ଚ ବଢ଼ାଇବା ଓ ଅତିରିକ୍ତ ସେନା ନିଯୁକ୍ତି ନେଇ ଆଲୋଚନା ହୋଇଛି।ଡିଜିପି ଖୁରାନିଆ କହିଛନ୍ତି, “ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ କରିବା ଆମ ପ୍ରାଥମିକତା। ମାଓପ୍ରଭାବିତ ଅଞ୍ଚଳଗୁଡ଼ିକୁ ସୁରକ୍ଷା ଛତ୍ରରେ ରଖିବା ପାଇଁ ସମସ୍ତ ଏଜେନ୍ସି ସମନ୍ୱୟରେ କାର୍ଯ୍ୟ କରୁଛି।”
ନୂଆପଡ଼ା ଓ ସିନାପାଲି ଅଞ୍ଚଳରେ ସେ ମାଓପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ପୋଲିସ ଶିବିର ଓ ଚେକପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା ଅବଲୋକନ କରିଥିଲେ ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ




