ଅଡାକସା ସନ୍ତୋଷିନୀ ଭୁଏ ମୃତ୍ୟୁ ଘଟଣା ‘ସ୍ଵାମୀ ମାନିଲ।, ତଣ୍ଟିଚିପି ମାରିଦେଲି’


ବିନିକା, ୨୩/୫ (ସମର୍ଥ ନିଉଜ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗନିଆଁ ଫାଣ୍ଡି ଅନ୍ତର୍ଗତ ଅଡାକସା ଗାଁର ବୋହୂ ସନ୍ତୋଷିନୀ ଭୁଏଙ୍କ ମୃତ୍ୟୁ ସ୍ଵଭାବିକ ନୁହେଁ, ଏକ ହତ୍ୟା କାଣ୍ଡ ବୋଲି ସୋମବାର ସାମ୍ଵାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା। ସୂଚନାଯୋଗ୍ୟ, ଚଳିତ ମାସ ୧୭ ତାରିଖ ବିଳମ୍ଵିତ ରାତିରେ ଗାଁର ଦୁଃଖିଶ୍ୟାମ ଭୁଏ ଓରଫ ଘୁମ (୩୧) ପତ୍ନୀ ସନ୍ତୋଷିନୀଙ୍କୁ ହତ୍ୟା କରିଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ। କାରଣ ରାତାରାତି ତରବରିଆ ଭାବରେ ମୃତଦେହକୁ ପୋଡି ଦେଇଥିଲେ ସ୍ଵାମୀ ଦୁଃଖିଶ୍ୟାମ। ଏ ସମ୍ପର୍କରେ ବିନିକା ଥାନାରେ ୧୧୪/୨୩ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଘୁମ ପତ୍ନୀ ସନ୍ତୋଷିନୀଙ୍କ ବାପ ଘର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କିରକିଚିପାଲିରେ ହୋଇଥିବା ବେଳେ ତାଙ୍କ ଭାଇ ହିମାଂଶୁ ମଲ୍ଲିକ ଗତ ୨୦ ତାରିଖ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଦୁଃଖିଶ୍ୟାମ ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କରିଥିବା ନେଇ ସ୍ଵାକାର କରିଥିବା ସାମ୍ଵାଦିକସମ୍ମିଳନୀରେ ଏସପି ଶ୍ରୀ ପଣ୍ଡା କହିଛନ୍ତି। ପୁଲିସ ପକ୍ଷରୁ ଆଇପିସି ଧାରା ୪୯୯(ଏ), ୩୦୨ ଓ ୨୦୧ରେ ମାମଲା ରୁଜ୍ଜୁ ହୋଇଛି। ଅଭିଯୁକ୍ତ ଦୁଃଖିଶ୍ୟାମ ସହ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୋଗରେ ତା’ର ସହଯୋଗୀ ପ୍ରଫୁଲ୍ଲ ମେଲ୍ଲି ଓରଫ ପେଟୁ (୪୨)କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସାମ୍ଵାଦିକ ସମ୍ଵିଳନୀରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ବିନିକା ଥାନାଧିକାରୀ ପବିତ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବିନିକା ରୁ ପରୀକ୍ଷିତ ବାଗ ଙ୍କ ରିପୋର୍ଟ ସମର୍ଥ ନିଉଜ





