Crime

ଡକାୟତି ଗ୍ୟାଙ୍ଗ କୁ ସହଯୋଗ କରୁଥିବା, ୩ ଅଭିଯୁକ୍ତଙ୍କୁ ଗିରଫ କଲା ପରଜଙ୍ଗ ପୋଲିସ

 

ଢେଙ୍କାନାଳ ତା ୧୧.୦୨.୨୦୨୩ – ପରଜଙ୍ଗ ପୋଲିସ କୁ ମିଳିଛି ବଡ଼ ସଫଳତା ।ପରଜଙ୍ଗ ଅଞ୍ଚଳରେ ହେଉଥିବା ସିରିୟାଲି ଲୁଟ୍ ରସହଯୋଗି ମାନଙ୍କୁ ଧରିବାରେ ସଫଳ ହୋଇଛି ପରଜଙ୍ଗ ପୋଲିସ। ସୂଚନା ମୁତାବକ କିଛି ଦିନ ତଳେ ପରଜଙ୍ଗ ଗ୍ରୋସରୀ ବ୍ୟବସାୟୀ ବିନୟ ସାହୁ ଙ୍କ ଘରୁ ରାତିରେ ବନ୍ଧୁକ ଦେଖାଇ ଲୁଟ୍ ଓ ଲୋଧଣୀ ଗ୍ରାମ୍ୟବ୍ୟାଙ୍କ ସାମ୍ନା ରୁ ବ୍ୟବସାୟୀ ଖିରୋଦ ସାହୁ ଙ୍କ ମ୍ୟାନେଜର ଭୁଜାଲିରେ ହାଣି ଲୁଟ ସହ ମହାବୀର ରୋଡ଼ ବ୍ୟାଙ୍କ ଲୁଟ୍ ଘଟଣାର ଡ଼କାୟତି ଗ୍ୟାଙ୍ଗକୁ ସହଯୋଗ କରିଥିବା ୩ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଲୁଟର ଫର୍ଦ୍ଦାଫାସ କରିଛି ପୋଲିସ।ଏହି ଘଟଣାରେ ସଂପୃକ୍ତ ଥିବା ସ୍ଥାନୀୟ ଅଞ୍ଚଳ ର ୩ ଜଣ ଲୁଟେରା ସହଯୋଗୀ ଙ୍କୁ ଗିରଫ କରିଛି ପରଜଙ୍ଗ ପୋଲିସ।ପୂର୍ବରୁ ମଧ୍ୟ ଏହି ଘଟଣା ରେ ୯ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଥିବା ବେଳେ, ଆଜି ସେମାନଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ଅଞ୍ଚଳ ର ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଛି |ତେବେ ଏହି ଘଟଣା ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟର ରହିଛି , ଏ ନେଇ ଅଧିକ ତଦନ୍ତ ଚାଲିଛି ଅନ୍ୟ ସହଯୋଗୀ ମାନଙ୍କୁ ତୁରନ୍ତ ଗିରଫ କରାଯିବବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

ଢେଙ୍କାନାଳ ରୁ ସମର୍ଥ News

Related Articles

Back to top button