Crime

ସମ୍ବଲପୁରରେ ଟ୍ରିପଲ ମର୍ଡର । ବନ୍ଦ ଘରୁ ମିଳିଲା ମା’ ଓ ପୁଅ-ଝିଅଙ୍କ ମୃତଦେହ

ସମ୍ବଲପୁରରେ ଟ୍ରିପଲ ମର୍ଡର । ବନ୍ଦ ଘରୁ ମିଳିଲା ମା’ ଓ ପୁଅ-ଝିଅଙ୍କ ମୃତଦେହ । ହତ୍ୟାକାରୀ ତିନି ଶବକୁ ଶୋଇବାଘରେ ଘୋଡ଼ାଇବା ପରେ ଘରେ ତାଲା ପକାଇ ଫେରାର୍ ହୋଇଯାଇଛି । ମୃତକମାନେ ହେଲେ ସାଜିଆ ପରବିନ ଏବଂ ତାଙ୍କର ଝିଅ ହୁମାଇରା ତାଏବା ଓ ପୁଅ ଅବଦୁଲ ରେହମାନ । ହତ୍ୟାକାଣ୍ଡର ପ୍ରାୟ ୪ ଦିନ ପରେ ଘଟଣା ସାମ୍ନାକୁ ଆସିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରଛି ।

ସୂଚନା ଅନୁସାରେ, ସମ୍ବଲପୁର ସୁନାପାଲିରେ ରହୁଥିବା ସାଜିଆ ପରୱିନଙ୍କ ସ୍ବାମୀଙ୍କର ଏକ ବର୍ଷ ତଳେ ପରଲୋକ ହୋଇଯାଇଥିଲା । ଜଟିବୁଟି ବ୍ୟବସାୟ କରୁଥିବା ତାଙ୍କ ସ୍ବାମୀଙ୍କ ପରଲୋକ ପରେ ସାଜିଆ ତାଙ୍କ ଦୁଇ ପୁଅଝିଅଙ୍କ ସହିତ ଏକାକୀ ରହୁଥିଲେ । ଉପର ମହଲାରେ ସେମାନେ ରହୁଥିବା ବେଳେ ତଳମହଲାରେ ସଲମାନ ଅହମଦ ନାମକ ଜଣେ ଯୁବକଙ୍କୁ ଘରଭଡ଼ା ଦେଇଥିଲେ । ସଲମାନ ଅହମଦ ଉତ୍ତରପ୍ରଦେଶର ମୂଳନିବାସୀ ହୋଇଥିବା ବେଳେ ଭବାନୀପାଟଣାରେ ତାଙ୍କ ପରିବାର ଗତ କିଛି ବର୍ଷ ହେଲା ରହୁଥିବା କହାଯାଉଛି । ସଲମାନ କିଛି ଶ୍ରମିକଙ୍କୁ ରଖି ସମ୍ବଲପୁରରେ ଘର ସିଲିଂ ବ୍ୟବସାୟ କରୁଥିବା ଜଣାପଡ଼ିଛି । ସାଜିଆଙ୍କ ବାପଘର ଚକ୍ରଧରପୁର ଅଂଚଳରେ ।ସମ୍ବଲପୁରରେ କର୍ଫ୍ୟୁ ସମୟରେ ସାଜିଆ ଏବଂ ତାଙ୍କ ପୁଅଝିଅଙ୍କୁ ସଲମାନ ଅହମଦ ଚକ୍ରଧରପୁରକୁ ଛାଡ଼ିବାକୁ ମଧ୍ୟ ଯାଇଥିଲେ । ସଲମନ ଅହମଦ ସେଠାରେ ଦୁଇଦିନ ରହିବା ପରେ ଫେରି ଆସିଥିଲେ । ସମ୍ବଲପୁର ସ୍ଥିତି ସ୍ବାଭାବିକ ହେବା ପରେ ସାଜିଆ ନିଜ ପୁଅଝିଅଙ୍କୁ ନେଇ ପ୍ରାୟ ୧୦/୧୫ ଦିନ ତଳେ ସମ୍ବଲପୁର ଫେରିଥିଲେ । ‌ଗତ ୪/୫ ଦିନ ତଳେ ତାଙ୍କ ମା ସାଜିଆଙ୍କୁ ଫୋନ୍ କରିଥିଲେ । ମାତ୍ର ସାଜିଆ କଲ୍ ଉଠାଇନଥିଲେ । ପରେ ମୋବାଇଲ୍‌ ଫୋନ୍ ସ୍ବିଚ୍‌ ଅଫ୍‌ ଦେଖାଇଥିଲା । ସନ୍ଦେହ ହେବାରୁ ତାଙ୍କ ମା ଓ ଭାଇ ଶନିବାର ଅପରାହ୍‌ଣରେ ସମ୍ବଲପୁରରେ ପହଂଚି ଥିଲେ। ଘରେ ତାଲା ଝୁଲୁଥିଲା । କିନ୍ତୁ, ଘର ଭିତରୁ ଦୁର୍ଗନ୍ଧ ଆସୁଥିବାରୁ ସେମାନେ ଚିନ୍ତିତ ହୋଇପଡ଼ିଥିଲେ । ପଡ଼ାଲୋକଙ୍କୁ ଜଣାଇବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ । ଶନିବାର ସନ୍ଧ୍ୟାରେ ଧନୁପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଭିତରକୁ ଯିବାରୁ ୩ ଜଣଙ୍କ ମୃତଦେହ ମିଳିଥିଲା ।

ସମ୍ବଲପୁର ରୁ ଶିବମ ଶତପଥୀ

Related Articles

Back to top button